ସିକ୍କିମରେ ବନ୍ୟା ବିଭୀଷିକାର ଆସୁଛି ନୂଆ ନୂଆ ଚିତ୍ର । ବର୍ତ୍ତମାନ ସୁଦ୍ଧା ସିକ୍କିମ ବନ୍ୟାରେ ୩୩ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର ମୃତଦେହ ମଧ୍ୟରେ ୯ ଜଣ ସେନା ଯବାନ ରହିଛନ୍ତି । ଏବେବି ୧୦୫ ଜଣ ନିଖୋଜ ଥିବା ଜଣାପଡିଛି । ସିକ୍କିମର ପାକୟୋଙ୍ଗ ଜିଲ୍ଲାରେ ୬୩ ନିଖୋଜ ଥିବାବେଳେ, ଗାଙ୍ଗଟକରେ ୨୦, ମଙ୍ଗନ ଜିଲ୍ଲାରେ ନିଖୋଜଙ୍କ ଉଦ୍ଧାର ଲାଗି ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ । ସେନା, ଏନଡିଆରଏଫ୍ ଏବଂ ଏସଡିଆରଏଫ ପକ୍ଷରୁ ଜାରି ରହିଛି ସର୍ଚ୍ଚ ଅପରେସନ । ପଶ୍ଚିମବଂଗ ଜଲପାଇଗୁଡି ଜିଲ୍ଲାରୁ ଉଦ୍ଧାର ହୋଇଥିବା ମୃତଦେହ ମଧ୍ୟରୁ ୧୦ ଜଣଙ୍କୁ ଚିହ୍ନଟ କରାଯାଇଛି । ଏବେସୁଦ୍ଧା ବିଭିନ୍ନ ସ୍ଥାନରୁ ୨୬ଶହ ୫୩ ଜଣଙ୍କୁ ଉଦ୍ଧାର କରାଯାଇଛି । ତଥାପି ୬ ଜଣ ନାମଚି ଜିଲ୍ଲାରେ ନିଖୋଜ ଅଛନ୍ତି । ସ୍ବତନ୍ତ୍ର ରାଡାର ଓ ଡ୍ରୋନ ସହାୟତାରେ ନିଖୋଜଙ୍କୁ ଠାବ କରିବାକୁ ଅପରେସନ ଚାଲିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍