The Topmost

“The eyes believe themselves, the ears believe other people.”

୫ ରାଜ୍ୟ ପାଇଁ ବାଜିଲା ନିର୍ବାଚନୀ ବିଗୁଲ

୫ ରାଜ୍ୟ ପାଇଁ ବାଜିଲା ନିର୍ବାଚନୀ ବିଗୁଲ । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲଙ୍ଗାନା ଓ ମିଜୋରାମ ପାଇଁ ତାରିଖ ଘୋଷଣା ହୋଇଛି । ଛତିଶଗଡ଼ରେ ହେବ ଦୁଇଟି ପର୍ଯ୍ୟାୟରେ ମତଦାନ । ଅନ୍ୟ ୪ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ । ମିଜୋରାମରେ ଆସନ୍ତା ନଭେମ୍ବର ୭ ତାରଖରେ ଭୋଟ ଗ୍ରହଣ ହେବ । ଛତିଶଗଡ଼ରେ ଆସନ୍ତା ନଭେମ୍ବର ୭ ଓ ୧୭ ତାରିଖରେ ଭୋଟଗ୍ରହଣ ହେବ । ମଧ୍ୟପ୍ରଦେଶରେ ଆସନ୍ତା ନଭେମ୍ବର ୧୭ ତାରିଖରେ ହେବ ଭୋଟ । ଆସନ୍ତା ନଭେମ୍ବର ୨୩ ତାରିଖରେ ରାଜସ୍ଥାନରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ସେହିପରି ତେଲଙ୍ଗାନାରେ ଆସନ୍ତା ନଭେମ୍ବର ୩୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ଆସନ୍ତା ଡିସେମ୍ବର ୩ ତାରିଖରେ ଏହି ସମସ୍ତ ରାଜ୍ୟରେ ହୋଇଥିବା ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ । ପ୍ରେସମିଟ କରି ୫ ରାଜ୍ୟ ଲାଗି ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାର । ଚଳିତ ଥର ୮କୋଟି ୨୦ ଲକ୍ଷରୁ ଅଧିକ ପୁରୁଷ ଭୋଟର ଏହି ଭୋଟରେ ସାମିଲ ହେବେ । ପ୍ରଥମ ଥର ଲାଗି ୬୦ଲକ୍ଷରୁ ଅଧିକ  ଭୋଟର ଭୋଟ୍ ଦେବେ ।

SHARE BY