The Topmost

“The eyes believe themselves, the ears believe other people.”

ଦୀପଗ୍ରେସ ଏକ୍କାଙ୍କ ପାଇଁ ପୁରସ୍କାର ଘୋଷଣା

ଏସିଆନ ଗେମ୍ସ ମହିଳା ହକି ଟିମ୍ ସଦସ୍ୟା ତଥା ଓଡ଼ିଶାର ଷ୍ଟାର ଖେଳାଳି ଦୀପଗ୍ରେସ ଏକ୍କାଙ୍କ ପାଇଁ ପୁରସ୍କାର ଘୋଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ଏସିଆନ ଗେମ୍ସରେ ଜାପାନକୁ ହରାଇ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଟିମର ସଦସ୍ୟା ଥିଲେ ଦୀପଗ୍ରେସ । ମୁଖ୍ୟମନ୍ତ୍ରୀ ଦୀପଗ୍ରେସଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ପ୍ରଶଂସା କରିଛନ୍ତି । ଏହାସହ ଦୀପଗ୍ରେସ ଯୁବପୀଢ଼ିଙ୍କୁ ପାଇଁ ରୋଲ ମଡେଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶ ପାଇଁ ଖେଳିବାକୁ ଚାହୁଁଥିବା ଯୁବ ଖେଳାଳିଙ୍କ ପାଇଁ ଦୀପଗ୍ରେସ ଆଶା ଓ ଗର୍ବର ପ୍ରତୀକ । ନିଜ ପ୍ରଦର୍ଶନ ଜରିଆରେ ଖେଳ ପ୍ରତି ଦୀପ ନିଜ ପ୍ରତିବଦ୍ଧତା ପ୍ରମାଣିତ କରିଛନ୍ତି । ମୋର ବିଶ୍ବାସ ଅଛି, ଆଗକୁ ବି ଦୀପ ଦେଶ ପାଇଁ ଗୌରବ ଆଣିବେ ଓ ନିଜ ଉଚ୍ଚକୋଟୀର ଖେଳ ଜାରି ରଖିବେ ।