The Topmost

“The eyes believe themselves, the ears believe other people.”

ଇସ୍ରାଏଲର ଅପରେସନ ଆଇରନ ସୋର୍ଡ

ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଏଥିରେ ବର୍ତ୍ତମାନ ସୁଦ୍ଧା ୫ଶହରୁ ଅଧିକଙ୍କ ଜୀବନ ଗଲାଣି । ଆତଙ୍କବାଦୀ ସଙ୍ଗଠନ ହମାସର ଆକ୍ରମଣରେ ଇସ୍ରାଏଲରେ ୩ ଶହରୁ ଅଧିକ ମୃତ୍ୟୁ ଓ ୧୫ଶହରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସେହିପରି ୫୦ରୁ ଅଧିକ ସାଧାରଣ ନାଗରିକ ଓ ସୈନିକଙ୍କୁ ହମାସ୍ ବନ୍ଦୀ ରଖିଥିବା କୁହାଯାଉଛି । ହମାସ ଆକ୍ରମଣରେ ଇସ୍ରାଏଲ ଡିଫେନ୍ସ ଫୋର୍ସ କମାଣ୍ଡର ନହଲ ବ୍ରିଗେଡଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ହମାସର ଆକ୍ରମଣ ପରେ ପ୍ରଚଣ୍ଡ ପ୍ରତିଆକ୍ରମଣ କରିଛି ଇସ୍ରାଏଲ । ଗାଜାର ସବୁ ଆଡ୍ଡାକୁ ମାଟିରେ ମିଶାଇ ଦେବାକୁ ଚେତାବନୀ ଦେଇଛନ୍ତି ନେତ୍ୟାନାହୁ । ଶତ୍ରୁଙ୍କୁ ନିପାତ କରିବାକୁ ଇସ୍ରାଏଲ ଆରମ୍ଭ କରିଛି ଅପରେସନ ଆଇରନ ସୋର୍ଡ । ଗାଜାରେ ଇସ୍ରାଏଲ ଯୁଦ୍ଧବିମାନ ପକ୍ଷରୁ ବୋମା ବର୍ଷା କରାଯାଉଛି । ଏଥିରେ ପାଲେଷ୍ଟାଇନର ୨ ଶହରୁ ଅଧିକ ମୃତ ଓ ୧୭ଶହରୁ ଅଧିକ ଆହତ ହୋଇଛନ୍ତି ।