The Topmost

“The eyes believe themselves, the ears believe other people.”

ସିକ୍କିମ ବନ୍ୟାରେ ୨୭ ଛୁଇଁଲା ମୃତ୍ୟୁ ସଂଖ୍ୟା

ଉତ୍ତର ସିକ୍କିମ ବାଦଲଫଟା ବର୍ଷାରେ ମୃତ୍ୟୁ ସଂଖ୍ୟା ୨୭ ଛୁଇଁଛି । ଏବେବି ୧୪୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ବନ୍ୟାରେ ଭାସିଯାଇଥିବା ସେନା ଯବାନଙ୍କ ମଧ୍ୟରୁ ଏଯାଏଁ ମାତ୍ର ୪ଜଣଙ୍କର ମୃତଦେହ ମିଳିଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଶୁକ୍ରବାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ କୁଚ୍ଛ ବିହାରରୁ ୬ଟି ଶବ ମିଳିଛି । ଏହାସହ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି । ସିକ୍କିମର ନାଚମି ଓ ପାକୟୋଙ୍ଗ ଜିଲ୍ଲାରୁ ମିଳିଥିବା ତାଜା ଖବର ମୁତାବକ, ନିଖୋଜ ବ୍ୟକ୍ତିଙ୍କ ତାଲିକା ଗୋଟିଏ ଦିନର ବୃଦ୍ଧିପାଇ ୧୪୨ରେ ପହଞ୍ଚିଛି । ଗୁରୁବାର ନିଖୋଜଙ୍କ ସଂଖ୍ୟା ୭୮ ଥିବାବେଳେ ଏଥିରେ ବୃଦ୍ଧି ହୋଇଥିବ ଜଣାପଡିଛି । ସିକ୍କିମ ସରକାରଙ୍କ କହିବା ମୁତାବକ, ବାଦଲଫଟା ବର୍ଷା ହେବାରୁ ବିଶାଳ ହିମଖଣ୍ଡ ସବୁ ଖସିଆସି ହ୍ରଦରେ ପଡିଥିବାରୁ ବନ୍ୟା ଜଳ ହଠାତ୍ ଅସମ୍ଭବ ଭାବେ ବଢିଯାଇ କୂଳ ଲଂଘନ କରିଥିଲା । ଏଥିରେ ଅନେକ ଘର ଦ୍ୱାର ଭାସିଯାଇଛି ।