ସିରିଆର ହୋମସ ପ୍ରଜାତନ୍ତ୍ରରେ ବଡ଼ ଧରଣର ଡ୍ରୋନ ହମଲା । ଏକ ମିଲିଟାରୀ କଲେଜ ଉପରେ ଡ୍ରୋନ ହମଲା ପରେ ପ୍ରାଣ ହରାଇଛନ୍ତି ୧୦୦ରୁ ଅଧିକ ଲୋକ । ଆକ୍ରମଣରେ ୨୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସିରିଆର ସ୍ବାସ୍ଥ୍ୟ ମନ୍ତ୍ରୀ ହାସନ ଅଲ ଗାବାସ । ମୃତକଙ୍କ ମଧ୍ୟରେ ଅଛନ୍ତି ୬ ଜଣ ଶିଶୁ । ମୃତାହତଙ୍କ ସଂଖ୍ୟା ବହୁ ଅଧିକ ହେବ ବୋଲି ସୂଚନା ମିଳିଛି । ଏହି ଆକ୍ରମଣ ଲାଗି କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ଘଟଣାସ୍ଥଳରେ ଆୟୋଜିତ ଏକ ଗ୍ରାଜୁଏସନ ଉତ୍ସବରେ ସାମିଲ ହୋଇଥିଲେ ପ୍ରତିରକ୍ଷା ମନ୍ତ୍ରୀ । ମାତ୍ର ସେ ଘଟଣାସ୍ଥଳ ଛାଡିବାର କିଛି ସମୟ ପରେ ଏହି ଆକ୍ରମଣ ଘଟିଛି ।
“The eyes believe themselves, the ears believe other people.”
More Stories
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ