The Topmost

“The eyes believe themselves, the ears believe other people.”

ସଞ୍ଜୟ ସିଂଙ୍କ ଗିରଫକୁ ନେଇ ବିକ୍ଷୋଭ କରିବ ଆପ୍

ଗିରଫ ହେଲେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସଂଜୟଙ୍କ ଘରେ ବୁଧବାର ସକାଳୁ ୧୦ ଘଣ୍ଟା ଧରି ଜେରା କରିବା ପରେ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଦାଖଲ କରିଥିବା ଚାର୍ଜସିଟରେ ସଞ୍ଜୟ ସିଂହଙ୍କ ନାଁ ରହିଛି । ଗତକାଲି ସଂଜୟ ସିଂହଙ୍କ ବାସଭବନ ଉପରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଅଧିକାରୀ ଚଢାଉ କରିଥିଲେ । ତାହାକୁ ବିରୋଧ କରି ସାଂସଦଙ୍କ ବାସଭବନ ଆଗରେ ବିକ୍ଷୋଭ କରିଥିଲେ ଆମ ଆଦମୀ ପାର୍ଟିର କର୍ମକର୍ତ୍ତା । ୧୦ ଘଣ୍ଟା ଜେରା କରିବା ପରେ ସଂଜୟ ସିଂହଙ୍କୁ ଇଡି ଗିରଫ କରିଛି । ଏହାପରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ସ୍ଥିତ ସାଂସଦଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ । ଏହାପରେ ଗଣମାଧ୍ୟମ ଆଗରେ କହିଥିଲେ, ବିଜେପି ୨୦୨୪ ନିର୍ବାଚନ ହାରୁଥିବା ଜାଣିବା ପରେ ହତାଶ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହାର ପ୍ରତିବାଦରେ ଆଜି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆମ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ କରାଯିବ ବୋଲି ସୂଚନା ରହିଛି ।