ବିମାନ କର୍ମଚାରୀଙ୍କୁ ଆଲକହଲ ଯୁକ୍ତ ପରଫ୍ୟୁମ୍ ବ୍ୟବହାର କରିବା ମନା । ଆଲକହଲ୍ ଭାଗ ଥିବା ପରଫ୍ୟୁମ୍, ଔଷଧ ଆଦି ଉତ୍ପାଦ ବିମାନ କର୍ମଚାରୀ ମାନଙ୍କ ପାଇଁ ବ୍ୟବହାର ମନା ହୋଇପାରେ । ବିମାନକୁ ଯିବା ପୂର୍ବରୁ କିମ୍ବା ବିମାନରୁ ବାହାରିବା ପରେ ହେଉଥିବା ବ୍ରେଥ ଆନାଲାଇଜ୍ ବା ନିଶା ସେବନ ପରୀକ୍ଷା ସମୟରେ କେତେକ କ୍ଷେତ୍ରରେ ଉକ୍ତ ରିପୋର୍ଟ ପଜିଟିଭ୍ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ବା ଡିଜିସିଏ ଆଲକହଲ ବ୍ୟବହାର ପାଇଁ ଡାକ୍ତରୀ ପରୀକ୍ଷା ପଦ୍ଧତିରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛି । ଏହି ସଂଶୋଧନ ପ୍ରସ୍ତାବରେ ଉପରୋକ୍ତ କଟକଣା ଲଗାଇବା ପାଇଁ କୁହାଯାଇଛି । ଏହା ହେଲେ ବିମାନ କର୍ମଚାରୀ ଏଭଳି କିଛି ଔଷଧ ବ୍ୟବହାର କରିପାରିବେ ନାହିଁ, ଯେଉଁଥିରେ ଆଲକହଲ ରହିଛି । କେବଳ ଔଷଧ ନୁହେଁ, ମାଉଥୱାସ, ଦାନ୍ତଘଷା ଜେଲ, ପରଫ୍ୟୁମ ଆଦି ଯେଉଁଥିରେ ଆଲକହଲର ମାତ୍ରା ରହିଛି ତାହାକୁ ମଧ୍ୟ ସେମାନେ ବ୍ୟବହାର କରିପାରିବେ ନାହିଁ । ଏସବୁ ଔଷଧ ଓ ଉତ୍ପାଦ ବ୍ୟବହାର କଲେ ବ୍ରେଥ ଆନାଲଇଜର ଟେଷ୍ଟ ପଜିଟିଭ ଆସିପାରେ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ