ଆଜି ବି ଚାଲି ପାରିଲାନି ବିଧାନସଭା । ଗୃହକୁ ଜାଣିଶୁଣି ଅଚଳ କରୁଛି ବିରୋଧୀ ବିଜେପି । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଆଗରେ ହଟ୍ଟଗୋଳ କରିଥିଲେ । ବିଜେପିର ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଦାବି କରିଥିଲେ ବିଜେପି ସଦସ୍ୟ । ମନ୍ତ୍ରୀ ପ୍ରଦୀପ ଅମାତ ଗୃହରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଥିଲେ । ଏହି ସମୟରେ ବିଜେପିର ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି । ପ୍ରଶ୍ନକାଳକୁ ବିଜେପି ବିଧାୟକମାନେ ଚଳାଇ ନଦେବା ନେଇ ଶାସକ ବିଜେଡି ଓ କଂଗ୍ରେସ ବିଜେପିକୁ ଘେରିଛନ୍ତି । ଆଜି ଅପରାହ୍ନରେ ବିଧାନସଭାରେ ଅତିରିକ୍ତ ବଜେଟର ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ । ସେହିପରି ସିଏଜି ରିପୋର୍ଟ ମଧ୍ୟ ଉପସ୍ଥାପନ କରାଯିବ ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା