ମଣିପୁରରେ ଦୁଇ ବିଦ୍ୟାର୍ଥୀଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତ ଗିରଫ । ଦୋଷୀ ମାନଙ୍କୁ ଦିଆଯିବ କଡାଦଣ୍ଡ । ଫାଶୀ ଦେବା ପାଇଁ କୋର୍ଟରେ ଦ୍ବାରସ୍ଥ ହେବେ ରାଜ୍ୟ ସରକାର । ଦୁଇ ବିଦ୍ୟାର୍ଥୀଙ୍କ ମୃତ୍ୟୁକୁ ନେଇ ମଣିପୁର ସମ୍ପୂର୍ଣ୍ଣ ଅଶାନ୍ତ ହୋଇପଡ଼ିଛି । ହିଂସା, ବିଦ୍ରୋହର ନିରାପଦ ଚରାଭୁଁଇ ପାଲଟିଛି ପୂରା ରାଜ୍ୟ । ଯାହାକୁ ନେଇ ୬ ମାସ ପାଇଁ ସମ୍ପୂର୍ଣ୍ଣ ରାଜ୍ୟକୁ ଅଶାନ୍ତ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଦୁଇ ଜଣ ବିଦ୍ୟାର୍ଥୀଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ପୂରା ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ସେମାନଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀ ମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ବିରୋଧରେ ନାରା ଦେଇଥିଲେ ଛାତ୍ରଛାତ୍ରୀ । ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ଠିକ୍ ନଥିବା ବେଳେ ଲୋକଙ୍କ ଜୀବନ ଅସୁରକ୍ଷିତ ବୋଲି ନାରା ଦେଇଥିଲେ ଛାତ୍ରଛାତ୍ରୀ । ଯାହାକୁ ନେଇ ସିବିଆଇ ତଦନ୍ତ ହୋଇଥିଲା । ଅଭିଯୁକ୍ତ ଧରାପଡ଼ିବା ପରେ ସେମାନଙ୍କୁ ଉଚିତ ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ