The Topmost

“The eyes believe themselves, the ears believe other people.”

ତୁର୍କୀ ସଂସଦ ନିକଟରେ ବଡ଼ ଧରଣର ବିସ୍ଫୋରଣ

ତୁର୍କୀ ଆଙ୍କାରା ସ୍ଥିତ ସଂସଦ ଭବନ ନିକଟରେ ବଡ଼ ଧରଣର ବିସ୍ଫୋରଣ । ବିସ୍ଫୋରଣରେ ନିଜକୁ ଉଡାଇ ଦେଲା ଜଣେ ଆତ୍ମଘାତୀ । ବିସ୍ଫୋରଣ ପରେ ସୁରକ୍ଷା କର୍ମୀ ଓ ଆତ୍ମଘାତୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କୁ ଗୁଳିରେ ଜଣେ ଆତ୍ମଘାତୀ ମୃତ । ଦୁର୍କୀ ଗୃହମନ୍ତ୍ରୀ କହିଛନ୍ତି, ‘ସଂସଦ ଭବନ ନିକଟରେ ଦୁଇଜଣ ଆତ୍ମଘାତୀଙ୍କ ଜରିଆରେ ଏହି ବିସ୍ଫୋରଣ ଘଟିଛି । ସଂସଦର ମନ୍ତ୍ରାଳୟ ବିଲଡିଂ ସମ୍ମୁଖରେ ଏହି ବିସ୍ଫୋରଣ ଘଟିଛି । ଜଣେ ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହରାଇଥିବାବେଳେ ଜଣେ ପୋଲିସ ଗୁଳିରେ ପ୍ରାଣ ହରାଇଛି । ସେମାନେ ଏକ ବ୍ୟାବସାୟିକ ଯାନରେ ଆସି ବିସ୍ଫୋରଣ ଘଟାଇ ଥିଲେ । ଘଟଣାସ୍ଥଳରେ ନିରାପତ୍ତା ବ୍ୟବସ୍ଥା କଡାକଡି କରାଯାଇଛି ।’ ଗ୍ରୀଷ୍ମକାଳୀନ ଅବକାଶ ପରେ ଆଜି ସଂସଦ ଆରମ୍ଭ ହେବାର ଥିଲା । ଆଇଏସଆଇଏସ ଅଧୀନ ଆଇଏସଆଇଏଲ ସଦସ୍ୟଙ୍କ ବିରୋଧରେ ତୁର୍କୀ କାର୍ଯ୍ୟାନୁଷ୍ଠାନ ନେବା ପରେ ପରେ ଏହି ବିସ୍ଫୋରଣ ଘଟିଛି । ଘଟଣାରେ ୨ ଜଣ ପୋଲିସ ଅଧିକାରୀ ସାମାନ୍ୟ ଆହତ ହୋଇଛନ୍ତି ।