ଅନଲାଇନ ଗେମ୍ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ । ଆଜିଠୁ ମହଙ୍ଗା ହେବ ଅନଲାଇନ୍ ଗେମ୍ । ଏହାସହ କାଜିନୋ ଓ ହର୍ସ ରେସିଙ୍ଗ ଉପରେ ନୂତନ ଜିଏସଟି ହାର ଲାଗୁ ହେଉଛି । ଗତ ଜୁଲାଇ ଏବଂ ଅଗଷ୍ଟରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଅନଲାଇନ୍ ଗେମିଂ, କାଜିନୋ ଓ ହର୍ସ ରେସିଙ୍ଗ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ପରିପ୍ରେକ୍ଷୀରେ ସଂଶୋଧନ ମଧ୍ୟ ଗତ ମାସରେ ସଂସଦ ଦ୍ବାରା ପାରିତ ହୋଇଛି । ଏହା ପରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଅନଲାଇନ୍ ଗେମିଂ, କାଜିନୋ ଓ ହର୍ସ ରେସିଙ୍ଗ ଉପରେ ଜିଏସଟି ହାରର ସମୀକ୍ଷା ଛଅ ମାସ ପରେ କରାଯିବ । ତେବେ ଜିଏସଟି ଲାଗୁ ବ୍ୟବସାୟ ଉପରେ ନକରାତ୍ମକ ପ୍ରଭାବ ପକାଇବ ବୋଲି ଗେମିଂ କମ୍ପାନୀ କହିଛନ୍ତି ।
“The eyes believe themselves, the ears believe other people.”
More Stories
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି
ଆପଣଙ୍କ ବାଡିରେ ଅଛି ଦୁନିଆର ସବୁଠୁ ମହଙ୍ଗା ଔଷଧ