The Topmost

“The eyes believe themselves, the ears believe other people.”

ବ୍ୟାଟ୍ ଓମ୍ୟାନଙ୍କର ଭୟଙ୍କର ଭବିଷ୍ୟବାଣୀ

ଆଗକୁ କରୋନାଠାରୁ ବି ଆହୁରି ଘାତକ ଭାଇରସ୍ ଆସିବ । ଏନେଇ ଚେତାବନୀ ଦେଲେ ଚୀନର ବ୍ୟାଟଓମ୍ୟାନ୍ ଭାବେ ଜଣାଶୁଣା ବିଶେଷଜ୍ଞ ସି ଝେଙ୍ଗଲି । ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ପଶୁମାନଙ୍କ ଠାରୁ, ବି‌ଶେଷ କରି ବାଦୁଡ଼ିଙ୍କଠାରୁ ଉତ୍ପନ୍ନ ହେଉଥିବା ଭୂତାଣୁ ଉପରେ ନିଜ ଗବେଷଣା କାର୍ଯ୍ୟ ପାଇଁ ସି ଝେଙ୍ଗଲି ତାଙ୍କର ଏକ ରିପୋର୍ଟରେ ସତର୍କ କରାଇ ଦେଇଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦିନରେ ଆଉ ଏକ କୋରୋନା ଭୂତାଣୁ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଛି । ଭାଇରୋଲୋଜିଷ୍ଟ ସି ଝେଙ୍ଗ୍ଲିଙ୍କ ଅନୁସନ୍ଧାନ ଚିନ୍ତାଜନକ । ତାଙ୍କର ଆକଳନ ସୂଚାଉଛି ଯେ ଛଅ ପ୍ରକାରର ଭୂତାଣୁର ଭୟ ରହିଛି । ଯେଉଁଥିରୁ ଅଧା ପୂର୍ବରୁ ମନୁଷ୍ୟମାନଙ୍କ ଠାରେ ମାରାତ୍ମକ ରୋଗ ସୃଷ୍ଟି କରିଥିଲା, ସେମାନଙ୍କୁ ବଡ଼ ବିପଦ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି । ଅବଶିଷ୍ଟ ୩ ପ୍ରକାର ଅନ୍ୟ ପ୍ରାଣୀ ପ୍ରଜାତିକୁ ସଂକ୍ରମିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭବିଷ୍ୟତରେ କରୋନା ଭାଇରସ୍‌ ପରି ଆଉ ଏକ ମହାମାରୀ ବ୍ୟାପିବାର ଆଶଙ୍କା ରହିଛି ବୋଲି ଏହି ଗବେଷଣାରେ ପୂର୍ବାନୁମାନ କରାଯାଇଛି।