ଦ୍ୱିଗୁଣିତ ହେବାକୁ ଯାଉଛି ଭାରତୀୟ ବାୟୁସେନାର ଶକ୍ତି । ପ୍ରଥମ ସି-୨୯୫ ପରିବହନ ବିମାନ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ୍ ହେବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗାଜିଆବାଦର ହିଣ୍ଡେନ ଏୟାରବେସରେ ଏକ ସମାରୋହରେ ଏହି ବିମାନଗୁଡ଼ିକୁ ବାୟୁସେନାକୁ ହସ୍ତାନ୍ତର କରିବେ । ଏହା ସହିତ ରାଜନାଥ ସିଂ ଆଜି ଭାରତ ଡ୍ରୋନ ଶକ୍ତି ୨୦୨୩ ର ଉଦଘାଟନ କରିବାକୁ ଯାଉଛନ୍ତି । ପ୍ରଥମ କାର୍ଯ୍ୟକ୍ରମ ହେଉଛି ଆନୁଷ୍ଠାନିକ ଭାବରେ ବାୟୁସେନାରେ ସି-୨୯୫ ଅନ୍ତର୍ଭୁକ୍ତ କରିବା । ଏହି ବିମାନ ସ୍ପେନଠାରୁ ୬ ହଜାର ୮୫୪ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ୨୦ ସେପ୍ଟେମ୍ବରରେ ଭଦୋଦରାରେ ପହଞ୍ଚିଛି । ଆଜି ଏହି ବିମାନ ବଡୋଦରା ଠାରୁ ଉଡ଼ି ହିଣ୍ଡେନ ଏୟାରବେସରେ ପହଞ୍ଚିବ । ଗତ ବର୍ଷ ଅକ୍ଟୋବର ୩୧ ରେ ଭଦୋଦରା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରକଳ୍ପର ମୂଳଦୁଆ ପକାଇଥିଲେ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ