The Topmost

“The eyes believe themselves, the ears believe other people.”

ଆଜି ଏକକ ନିର୍ବାଚନ କମିଟିର ପ୍ରଥମ ବୈଠକ 

ଓ୍ବାନ ନେସନ ଓ୍ବାନ ଇଲେକ୍ସନ ପ୍ରସଙ୍ଗ । ଆଜି ବସିବ ଏକକ ନିର୍ବାଚନ କମିଟିର ପ୍ରଥମ ବୈଠକ  । ସାରା ଦେଶରେ ଗୋଟିଏ ସମୟରେ ନିର୍ବାଚନ କରିବା ନେଇ କମିଟି ଗଠନ କରାଯାଇଛି । ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେନ୍ଦ୍ର ସରକାର ସେପ୍ଟେମ୍ବର ୨ ତାରିଖରେ ଲୋକସଭା, ରାଜ୍ୟ ବିଧାନସଭା, ନଗରପାଳିକା ଓ ପଞ୍ଚାୟତ ନିର୍ବାଚନ ଏକାସାଥିରେ କରିବାକୁ ସୁପାରିସ କରିବା ପାଇଁ  ୮ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି । କମିଟିରେ ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସର ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ୧୫ତମ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନକେ ସିଂହ, ଲୋକସଭାର ପୂର୍ବତନ ସେକ୍ରେଟାରୀ ଜେନାରାଲ ସୁଭାଷ ସିଂ କଶ୍ୟପ, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଓ ଭିଜିଲାନ୍ସ କମିଶନର ପୂର୍ବତନ ମୁଖ୍ୟ ସଞ୍ଜୟ କୋଠାରୀଙ୍କୁ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତ ।

SHARE BY