ମିଳିତ ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ । ଭାରତ ସୀମାରେ ବେଆଇନ ଭାବେ କବ୍ଜା କରି ରଖିଛି ପାକିସ୍ତାନ । ତୁରନ୍ତ ବେଆଇନ କବ୍ଜା ବନ୍ଦ କରିବାକୁ କହିଛି ଭାରତ । ଏହା ସହ ଆତଙ୍କବାଦ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ମିଳିତ ଜାତିସଂଘରେ ଭାରତ ପ୍ରତିନଧିଙ୍କ ପକ୍ଷରୁ କୁହାଯାଇଛି । ୨୬/୧୧ ଆତଙ୍କବାଦୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି । ତୁରନ୍ତ ସେମାନଙ୍କ ବିରୋଧରେ ପଦକ୍ଷେପ ନେବାକୁ ଭାରତ ଦାବି କରିଛି । ଏହା ସହ ଭାରତ କହିଛି ପାକିସ୍ତାନ ମିଳିତ ଜାତିସଂଘ ପରି ମଞ୍ଚର ଦୂରୁପଯୋଗ କରୁଛି । ଏହା ପୂର୍ବରୁ ମିଳିତ ଜାତିସଂଘରେ ଗତକାଲି ପାକିସ୍ତାନ ପକ୍ଷରୁ ମତ ରଖାଯାଇଥିଲା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ