The Topmost

“The eyes believe themselves, the ears believe other people.”

ମହିଳାଙ୍କୁ ପ୍ରଥମେ ହକ୍ ଦିଅ: ରାହୁଲ ଗାନ୍ଧୀ

ତତ୍କାଳ ଲାଗୁ ହେଉ ମହିଳା ସଂରକ୍ଷଣ ବିଲ୍ । ସୀମା ପୁନଃନିର୍ଦ୍ଧାରଣ ଓ ଜନଗଣନାର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଉଭୟ ପ୍ରକ୍ରିୟା ପାଇଁ ଅନେକ ସମୟ ଲାଗିବ । ଫଳରେ ବିଲ୍ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେବ । କେନ୍ଦ୍ର ସରକାର ସୀମା ପୁନଃନିର୍ଦ୍ଧାରଣ ଓ ଜନଗଣନା ନକରି ମହିଳାଙ୍କୁ ହକ୍ ଦେବାକୁ ରାହୁଲ ଦାବି କରିଛନ୍ତି । ମହିଳା ସଂରକ୍ଷଣ ବିଲ୍ ଏବେ ଲାଗୁ କରାଯାଇପାରିବ । ହେଲେ କେନ୍ଦ୍ର ସରକାର ତାହା ଚାହୁଁନାହାନ୍ତି । ସତ ହେଉଛି, ଏହା ୧୦ବର୍ଷ ପରେ ଲାଗୁ ହେବ । ଏହା ଧ୍ୟାନ ହଟାଇବା ରଣନୀତି ବୋଲି ରାହୁଲ କହିଛନ୍ତି । ପୁଣି ଥରେ ମହିଳା ବିଲରେ ଓବିସି ସଂରକ୍ଷଣ ନେଇ କେନ୍ଦ୍ରକୁ ଘେରିଛନ୍ତି ରାହୁଲ । ସଂସଦର ସ୍ବତନ୍ତ୍ର ଅଧିବେଶନରେ ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇଛି । ତେବେ ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସୀମା ପୁନଃନିର୍ଦ୍ଧାରଣ ଓ ଜନଗଣନାକୁ ବାଧ୍ୟତାମୂଳକ କରାଯାଇଛି । ଫଳରେ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଏପରି ଆଭିମୁଖ୍ୟରେ ୨୦୩୪ ଯାଏଁ ମଧ୍ୟ ସଂରକ୍ଷଣ ଲାଗୁ ହୋଇପାରିବନି। ଏହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ ।