ଥମିବାର ନାଁ ନେଉନି ଭାରତ-କାନାଡା କୂଟନୈତିକ ବିବାଦ । ହରଦୀପ ସିଂ ନିଜାର ହତ୍ୟା ଘଟଣାରେ ଭାରତ ସରକାରଙ୍କ ଏଜେଣ୍ଟ ସାମିଲ ବୋଲି ପୁଣି ଦୋହରାଇଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ। ସେପଟେ ଏହି ବିବାଦକୁ ନେଇ ଆଲୋଚନା କରିଛନ୍ତି ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଓ କାନାଡା ପ୍ରତିପକ୍ଷ । ନିଜାରର ହତ୍ୟା ସମ୍ପର୍କରେ ଭାରତର ସମ୍ପୃକ୍ତି ନେଇ ଟ୍ରୁଡୁଙ୍କ ଅଭିଯୋଗକୁ ଭାରତ ବାରମ୍ବାର ଖଣ୍ଡନ କରୁଥିଲେ ବି ନିଜ ବୟାନରେ ଅଟଳ ରହିଛନ୍ତି ଟ୍ରୁଡୁ । ନିଜାରର ହତ୍ୟା ଘଟଣାରେ କାନାଡା କୌଣସି ସ୍ପଷ୍ଟ ସୂଚନା ଦେଉନାହିଁ ବୋଲି ଭାରତ କହିଛି। କାନାଡା କୂଟନୀତିଜ୍ଞଙ୍କ ସଂଖ୍ୟା ହ୍ରାସ କରିବାକୁ ଭାରତ ଗତକାଲି କହିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା କାନାଡା।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ