The Topmost

“The eyes believe themselves, the ears believe other people.”

ଭାରତର ନୂଆ ମିସାଇଲ ରେଜିମେଣ୍ଟ ‘ପ୍ରଳୟ’

ଭାରତ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ସେନା ପାଇଁ ପ୍ରଥମ ପ୍ରଳୟ ଟାକ୍ଟିକାଲ୍ ବାଲିଷ୍ଟିକ୍ ମିସାଇଲ୍ ରେଜିମେଣ୍ଟ ଗଠନ ପାଇଁ ଅନୁମତି ଦେଇଛି । ଏହାକୁ  କ୍ଷେପଣାସ୍ତ୍ର ନୁହେଁ ବରଂ ଆତଙ୍କବାଦୀଙ୍କ ମୃତ୍ୟୁଦୁତ ଭାବେ ବିବେଚନା କରାଯାଉଛି । ଏହା ପାକିସ୍ତାନରେ ଉପସ୍ଥିତ ଥିବା ଆତଙ୍କବାଦୀ ଲଞ୍ଚ ପ୍ୟାଡ ପାଇଁ ମହାବିପଦ ସୃଷ୍ଟି କରିବ । ଏହି ମିସାଇଲ ରେଜିମେଣ୍ଟ ମାଧ୍ୟମରେ ଭାରତୀୟ ସେନା ନିଜର ରକେଟ୍ ଫୋର୍ସକୁ ମଜବୁତ କରିବାକୁ ଯାଉଛି । ଗତ ବର୍ଷ ଡିସେମ୍ବରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ପ୍ରଳୟ କ୍ଷେପଣାସ୍ତ୍ରର ଏକ ୟୁନିଟକୁ  ମଞ୍ଜୁରୀ ଦେଇଥିଲା । ପ୍ରଳୟ କ୍ଷେପଣାସ୍ତ୍ର ହେଉଛି ଏକ ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ଆକାଶ ଏବଂ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପଣ ହେଇ ପାରୁଥିବା କ୍ଷେପଣାସ୍ତ୍ର । ଏହାର ରେଞ୍ଜ ୧୫୦ ରୁ ୫୦୦ କିଲୋମିଟର ଅଟେ । ପୂର୍ବତନ ଚିଫ ଡିଫେନସ ଷ୍ଟାଫ  ବିପିନ ରାୱତଙ୍କର ଏହା ପରିକଳ୍ପନା ଥିଲା । ପ୍ରଳୟର ଗତି ଘଣ୍ଟାପ୍ରତି ୧୨୦୦ କିଲୋମିଟର ଅଟେ । ଏହାର ବେଗ ଘଣ୍ଟା ପ୍ରତି ୨୦୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ । ଆକାଶରୁ ଭୂପୃଷ୍ଟକୁ ପଡ଼ିବାବେଳେ ମାଧ୍ୟାକର୍ଷଣ ଶକ୍ତି ଯୋଗୁ ଏହାର ବେଗ ବହୁତ ବୃଦ୍ଧି ପାଇଥାଏ । ଚୀନ ପାଖରେ ଏହି ପ୍ରକାରର ଡୋଙ୍ଗଫେଙ୍ଗ -12 କ୍ଷେପଣାସ୍ତ୍ର ଅଛି । ପାକିସ୍ତାନ ପାଖରେ ମଧ୍ୟ ଏହିପ୍ରକାର କ୍ଷେପଣାସ୍ତ୍ର ଗଜନଭି, ଏମ -11 (ଚାଇନାରୁ ମିଳିଛି) ଏବଂ ଶାହିନ୍ କ୍ଷେପଣାସ୍ତ୍ର ରହିଛି । ସ୍ୱଳ୍ପ ରେଞ୍ଜରେ ଏକ ବଡ଼ ସୁବିଧା ହେଉଛି ଏହା ସୀମା ନିକଟରେ ଥିବା ଶତ୍ରୁ ଶିବିରକୁ ମୁହୁର୍ତ୍ତକ ମଧ୍ୟରେ  ଧ୍ୱଂସ କରିଦେଇ ପାରିବ ।