ଯୁଦ୍ଧକ୍ଷେତ୍ରରେ ଲଢୁଥିବା ଋଷ ଓ ୟୁକ୍ରେନ ଏବେ ଦୁନିଆର ସବୁଠୁ ବଡ ଅଦାଲତରେ ସାମ୍ନା ସାମ୍ନି ହେବେ । ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ ବା (ଆଇସିଜେ)ରେ ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ମୁହାଁମୁହିଁ ହୋଇଛନ୍ତି । ଆଜିଠାରୁ ଏହାର ଶୁଣାଣୀ ହେବାର ସୂଚନା ରହିଛି । ଏହି ମାମଲା ଆଇସିଜେକୁ ଆସିବା ସମୟରେ ଋଷ କହିଥିଲା ଯେ, ସେ ୟୁକ୍ରେନରେ ନରସଂହାରକୁ ରୋକିବାକୁ ଆକ୍ରମଣ କରିବାକୁ ବାଧ୍ୟ ହୋଇଥିଲା । କିନ୍ତୁ ଏହାକୁ ପ୍ରତ୍ୟାରୋପ କରିଥିଲା ୟୁକ୍ରେନ୍ । ନରସଂହାର ଆଳରେ ଋଷ ଯୁଦ୍ଧ ବିପତ୍ତିକୁ ନିମନ୍ତ୍ରଣ କରିଥିବାବେଳେ ନ୍ୟାୟିକ ବ୍ୟବସ୍ଥାକୁ ଭୁଆଁ ବୁଲାଉଥିବା କହିଥିଲେ ୟ୍ରୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ