ପଡୋଶୀ ଚୀନକୁ କାଉଣ୍ଟର କରିବାକୁ ଭାରତର ମାଷ୍ଟରପ୍ଲାନ । ଭାରତ ମହାସାଗରୀୟ ଅଞ୍ଚଳରେ ମୁତୟନ ହେବ ୧୭୫ ଯୁଦ୍ଧଜାହାଜ । ୨୦୩୫ ସୁଦ୍ଧା ଏସବୁ ଯୁଦ୍ଧଜାହଜ ମୁତୟନ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ନୌସେନା । ଏଥିପାଇଁ ନୌସେନା ପକ୍ଷରୁ ୬୮ ଟି ଯୁଦ୍ଧଜାହାଜ ଏବଂ ଭେସେଲ ଅର୍ଡର କରାଯାଇଛି । ଏଥିପାଇଁ ୨ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏଥିସହ ୧୩୨ଟି ଯୁଦ୍ଧଜାହାଜ, ୧୪୩ ଯୁଦ୍ଧ ବିମାନ, ୧୩୦ ହେଲିକ୍ୟାପ୍ଟର ଆଣିବାକୁ ଯୋଜନା କରିଛି ଭାରତ । ଏହା ଛଡା ୮ ଟି କ୍ଷୁଦ୍ର ନୌସେନା ଜାହାଜ, ୫ ଟି ସର୍ଭେ ଭେସେଲ ଏବଂ ଦୁଇଟି ବହୁଗୁଣସମ୍ପନ୍ନ ଭେସେଲ ଭାରତ ତିଆରି କରିବାକୁ ଯୋଜନା କରିଛି । ଚୀନକୁ କାଉଣ୍ଟର କରିବାକୁ ବ୍ଲ୍ୟୁ-ୱାଟର ଫୋର୍ସ ଗଢିବାକୁ ଯୋଜନା କରିଛି ।
“The eyes believe themselves, the ears believe other people.”
More Stories
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି
ଆପଣଙ୍କ ବାଡିରେ ଅଛି ଦୁନିଆର ସବୁଠୁ ମହଙ୍ଗା ଔଷଧ