ଭୁବନେଶ୍ୱରରେ ଦାଦାବଟିକୁ ନାଁ । ଦାଦାବଟି ଆଦାୟ କଲେ କଡା କାର୍ଯ୍ୟାନୁଷ୍ଠାନ ନେବ ଭୁବନେଶ୍ୱର ପୋଲିସ । ପୂଜା ଚାନ୍ଦା ମାଗିଲେ ତୁରନ୍ତ କମିଶନରେଟ୍ ପୋଲିସକୁ ଜଣାଇବାକୁ କହିଛନ୍ତି ଡିସିପି ପ୍ରତୀକ ସିଂ । ଏଥିପାଇଁ ପୋଲିସ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଟୋଲ ଫ୍ରି ନମ୍ବର ୭୦୭୭୭୯୮୧୧୧ ରେ ଯୋଗାଯୋଗ କରିବାକୁ କୁହାଯାଇଛି । ଅଭିଯୋଗକାରୀଙ୍କ ସମ୍ପୂର୍ଣ୍ଣ ନାମ ଓ ଠିକଣା ଗୋପନ ରଖାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଗଣେଶ ପୂଜା ଓ ଦୁର୍ଗା ପୂଜା ପୂର୍ବରୁ ଏହି ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ ।
More Stories
ମୋହନ ସରକାରଙ୍କ ଭେଟି, ୬୦୨୫ ଶିକ୍ଷକ ପାଇବେ ନିଯୁକ୍ତି
ବିଜେପିରେ ମିଶିଲେ ମମିତା ମେହେରଙ୍କ ବାପା ମା
ଖୁବଶୀଘ୍ର ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଜାଣନ୍ତୁ କିଏ ପଡିବେ ବାଦ୍