ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ବିରୋଧରେ ବୟାନ ଦେବା ପରଠାରୁ ଏହି ବିବାଦ ଥମିବାର ନାଁ ନେଉନି । ଏହା ପରେ ଆଉ ଜଣେ ନେତା ଏ. ରାଜା ଓ ଏକାଧିକ ସାଉଥ୍ ଅଭିନେତା ଏହା ଉପରେ ବିରୋଧାଭାଷ ଦେଇଛନ୍ତି । ଏହି ପ୍ରସଙ୍ଗ ନେଇ ତାମିଲନାଡୁ ତୁରୁବରୁର ଜିଲ୍ଲାର ଏକ ସରକାରୀ କଲେଜରେ ‘ସନାତନର ବିରୋଧ’ ନାଁରେ ସର୍କୁଲାର ଜାରି କରାଯାଇଥିଲା । ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା, ଯାହା ଉପରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ମାଡ୍ରାସ୍ ହାଇକୋର୍ଟ । ସମାଜ ଯେତେ ଆଧୁନିକ ମୁଖର ହେଲେ ବି ସାନତନ ଧର୍ମ ହେଉଛି ଆମ ପରିବାରଠାରୁ ଆରମ୍ଭ କରି ଆମ ସାମାଜର ଶୃଙ୍ଖଳା ପାଇଁ ଏକ ଅନୁଶାସନ । ସନାତନ ଧର୍ମ ସାମୁହିକ କର୍ତ୍ତବ୍ୟର ଏକ ଗୁଚ୍ଛ । ଏହା ରାଷ୍ଟ୍ର, ରାଜାଙ୍କର ପ୍ରଜା ପ୍ରତି କର୍ତ୍ତବ୍ୟ, ଗରୀବଙ୍କ ପ୍ରତି ଦୟା ଓ ନିଜ ମା’, ବାପା ଓ ଗୁରୁଜନଙ୍କ ପ୍ରତି ଏକ କର୍ତ୍ତବ୍ୟବୋଧର ମାର୍ଗଦର୍ଶୀକା । ତେଣୁ ଏହାକୁ ନଷ୍ଟ କରନାହିଁ । ଏହାକୁ ନଷ୍ଟ କରିବାକୁ ଚେଷ୍ଟା କଲେ ସମାଜରେ ବିଶୃଙ୍ଖଳାକୁ ନିମନ୍ତ୍ରଣ କରିବ’ ବୋଲି କହିଛନ୍ତି ମାଡ୍ରାସ ହାଇକୋର୍ଟ ।
“The eyes believe themselves, the ears believe other people.”
More Stories
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ