The Topmost

“The eyes believe themselves, the ears believe other people.”

କେରଳରେ ୨୪ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

କେରଳରେ ନିପା ଭାଇରସ୍ ଭୟ । କୋଝିକୋଡରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦେଇଛନ୍ତି । ଗତ ଶୁକ୍ରବାର ଦିନ କୋଝିକୋଡ ଅଞ୍ଚଳରେ ଜଣେ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିଲେ । ଯାହା ପରେ କେରଳରେ ନିପା ସଂକ୍ରମିତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ସମସ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର, ବୈଷୟିକ ଶିକ୍ଷାନୁଷ୍ଠାନ ଆଦି ପାଇଁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ । କେରଳରେ ବ୍ୟାପୁଥିବା ଏହି ନିପା ଭାଇରସର ଷ୍ଟ୍ରେନ୍ ବାଂଲାଦେଶ ଭେରିଏଣ୍ଟ ବୋଲି ଜଣାପଡ଼ିଛି । କେରଳରେ ସ୍ଥିତି ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ୍ । ତାଳ ସଲପ ନପିଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସଂକ୍ରମିତ ଥିବା ଗ୍ରାମପଞ୍ଚାୟତ ଗୁଡ଼ିକୁ କ୍ବାରେଣ୍ଟାଇନ୍ ଜୋନ୍ ଘୋଷଣା କରାଯାଇଛି । କର୍ଣ୍ଣାଟକର ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସଂକ୍ରମଣକୁ ଚେକ୍ ଦେବାକୁ ସର୍ଭେଲାନ୍ସ ବଢାଯାଇଛି ।