The Topmost

“The eyes believe themselves, the ears believe other people.”

କୌଣସି ସମୟରେ ଜେଲ ଯାଇପାରନ୍ତି ହଣ୍ଟର ବାଇଡେନ୍

ଆଇନ ଘେରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ୍ । ବେଆଇନ୍ ଭାବେ ବନ୍ଧୁକ ରଖିବା ଓ ବନ୍ଧୁକ କିଣିବା ସମୟରେ ଭୁଲ ତଥ୍ୟ ଦେବା , ଏବଂ ଟ୍ୟାକ୍ସ ଫାଙ୍କିବା ଭଳି ଏକାଧିକ ଅଭିଯୋଗରେ ଘେରି ହୋଇଛନ୍ତି ହଣ୍ଟର ବାଇଡେନ୍ । ସୂଚନା ମୁତାବକ, ହଣ୍ଟର ହତିଆର କିଣିବା ସମୟରେ ମିଛ କହିଥିଲେ । ୨୦୧୮ରେ ଡେଲାବେୟର କଲ୍ଟ କୋବ୍ରା ସ୍ପେଶାଲ ଷ୍ଟୋରରୁ ବନ୍ଧୁକ କିଣିବା ସମୟରେ ତାଙ୍କୁ ଯେଉଁ ଫର୍ମ ପୂରଣ କରିବାକୁ ଦିଆଯାଇଥିଲା ସେଥିରେ ସେ ଭୁଲ ତଥ୍ୟ ଦେଇଥିଲେ । ସେ ଡ୍ରଗ୍ସ ନେଉନଥିବା ଫର୍ମରେ ଲେଖିଥିବାବେଳେ ସେ ସମୟରେ ସେ ଡ୍ରଗ୍ସ ଅଭ୍ୟାସରେ ଥିବା ଜଣାପଡିଛି । ଏହାସହ ନିଜ ବିଜନେସ୍ ଡିଲକୁ ନେଇ ମଧ୍ୟ ହଣ୍ଟର ଆଇନ ଘେରକୁ ଆସିଛନ୍ତି । ସେ ଆବଶ୍ୟକ ଟ୍ୟାକ୍ସ ଭରିନଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ବିରୋଧରେ ୱାଶିଂଟନ୍ କିମ୍ବା କାଲିଫର୍ଣ୍ଣିଆରେ ଖୁବଶୀଘ୍ର ମାମଲା ଦାଏର ହୋଇପାରେ ବୋଲି କହିଛନ୍ତି ମାମଲାର ଯାଞ୍ଚ କରୁଥିବା ସ୍ପେଶାଲ କାଉନସିଲ । ତେବେ ସେ କୌଣସି ସମୟରେ ଜେଲ ଯାଇପାରନ୍ତି ।