ଆସୁଛି ଦୀପାବଳି । ବାଣ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଥିଲା । ପୂର୍ବରୁ ବାଣ ଫୁଟାଇବାକୁ ନେଇ ପ୍ରତିବନ୍ଧକ ଲାଗିଥିବାବେଳେ ମନୋଜ ତିଓ୍ବାରୀ ଏହା ବିରୋଧରେ ଆବେଦନ କରିଥିଲେ । ଯାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁପ୍ରମିକୋର୍ଟ । ବୁଧବାର ଦିନ କୋର୍ଟରେ ଶୁଣାଣି ବେଳେ ବିଚାରପତି ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ମାମଲାରେ ଦଖଲ ଦେବାକୁ ମନା କରିଦେଇଛନ୍ତି । ତେବେ ଏଥର କେବଳ ସବୁଜ ବାଣକୁ ଅନୁମତି ମିଳିଛି । ଦିଲ୍ଲୀରେ ଶୀତଦିନରେ ବାୟୂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ବୁଧବାର ଏହି ମାମଲାର ଶୁଣାଣିବେଳେ କୋର୍ଟ କହିଛନ୍ତି କି, ଯଦି ବାଣ ଫୁଟାଇବାର ଅଛି ତାହେଲେ ଯେଉଁ ରାଜ୍ୟରେ ବାଣ ବ୍ୟାନ ହୋଇନାହିଁ ସେହି ରାଜ୍ୟକୁ ଯାଆନ୍ତୁ ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ