ରାଜଦ୍ରୋହ ଆଇନର ଧାରା ୧୨୪ (କ) ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି । ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ମାମଲାର ଶୁଣାଣି କରି କହିଛନ୍ତି କି, ଏହି ମାମଲାର ଶୁଣାଣି ପାଇଁ ୫ଜଣିଆ ବିଚାରପତିଙ୍କୁ ନେଇ ଏକ ଖଣ୍ଡପୀଠ ଗଠନ କରାଯିବ ଓ ସେମାନେ ଏହି ମାମଲାର ଶୁଣାଣି କରିବେ । ଅଭିଯୋଗକାରୀଙ୍କ ତରଫରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ କପିଲ ଶିବଲ କହିଥିଲେ କି ଅଦାଲତ ସ୍ଥିର କରିବେ କି ଏହି ମାମଲାକୁ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଯିବା ଉଚିତ କି ନୁହେଁ । କୋର୍ଟରେ ଶୁଣାଣି ସମୟରେ ପ୍ରଧାନବିଚାରପତି କହିଛନ୍ତି କି, ନୂଆ ଆଇନର ପୂର୍ବାପେକ୍ଷୀ ପ୍ରଭାବ ହୋଇପାରିବ ନାହିଁ । ତେଣୁ ବିଚାରଧୀନ ମାମଲାଗୁଡିକର କ’ଣ ହେବ ତାହା ଆମକୁ ସ୍ଥିର କରିବାକୁ ପଡିବ । ତେଣୁ ଧାରା ୧୨୪(କ)ର ସାମ୍ବିଧାନିକତାକୁ ଆମେ ପରୀକ୍ଷା କରିପାରିବୁ ନାହିଁ । କୋର୍ଟରେ ଯୁକ୍ତି ଉପସ୍ଥାପନ କରି କପିଲ ଶିବଲ କହିଛନ୍ତି ଯେ ଏହି ମାମଲାକୁ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଯିବା ଉଚିତ୍ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍