ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ । ଏପର୍ଯ୍ୟନ୍ତ ୧୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୧ ଜିଲ୍ଲାକୁ ଆଲର୍ଟ କରାଯାଇଛି । ହରଦୋଇ, ତିନି ବାରାବଙ୍କୀ, ପ୍ରତାପଗଡ଼, କନୌଜ, ଆମେଠି, ଦେବରିଆ, ଜାଲୌନ, କାନପୁର, ଉନ୍ନାଓ, ସମ୍ଭଲ, ରାମପୁର, ମୁଜାଫରନଗରରେ ଏହି ୧୯ ଜଣଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଆଇଏମଡି ଆସନ୍ତା ସପ୍ତାହେ ଯାଏଁ ବର୍ଷା ହେବା ନେଇ ଅନୁମାନ କରିଛି । କିଛି ଦିନ ହେଲା ଲଗାଣ ବର୍ଷା ପାଇଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୨୫ ଜିଲ୍ଲାର ୧୬୮ ଗାଁ ବନ୍ୟା ପ୍ରଭାବିତ ହୋଇଛି । ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଚାଷୀ ଫସଲକୁ ନେଇ ଆଶଂକାରେ ପଡିଯାଇଥିବାବେଳେ ସରକାର କିନ୍ତୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇନି ବୋଲି କହିଛନ୍ତି । ବନ୍ୟା ପରିସ୍ଥିତି ଉପୁଜିଥିବା ଅଞ୍ଚଳରେ ସମସ୍ତ ବନ୍ଧବାଡ଼ ସୁରକ୍ଷିତ ଅଛି ବୋଲି ଆଶ୍ବାସନା ଦେଇଛନ୍ତି । ଆଲର୍ଟକୁ ନଜରରେ ରଖି ଅନେକ ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି । ଆଲର୍ଟରେ ଥିବା ଜିଲ୍ଲା ପ୍ରଶାସନକୁ ଆଗୁଆ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।
“The eyes believe themselves, the ears believe other people.”
More Stories
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ