The Topmost

“The eyes believe themselves, the ears believe other people.”

ମୋଦିଙ୍କ ସହ କ୍ରାଉନ୍ ପ୍ରିନ୍ସଙ୍କ ସ୍ୱତନ୍ତ୍ର ଦ୍ୱିପାକ୍ଷିକ ଆଲୋଚନା

ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେଇଥିବା ସମସ୍ତ ଅତିଥି ନିଜ ନିଜ ଦେଶକୁ ଫେରିସାରିଲେଣି । କିନ୍ତୁ ଦୁଇଜଣ ଅତିଥି ଏଯାଏଁ ଫେରିନାହାନ୍ତି, ଯାହାଙ୍କୁ ନେଇ ଏବେ ଚର୍ଚ୍ଚା । ଜଣେ ହେଉଛନ୍ତି କାନାଡା ପ୍ରଧାନମନ୍ତ୍ରୀ, ଯାହାଙ୍କ ବିମାନରେ ତ୍ରୁଟି ଯୋଗୁଁ ତାଙ୍କୁ ଏଯାଏଁ ଭାରତରେ ଅଟକିବାକୁ ପଡିଛି । ଅନ୍ୟ ଜଣେ ସାଉଦୀଆରବର ପ୍ରିନ୍ସ କ୍ରାଉନ ମୋହମ୍ମଦ ବିନ୍ ସଲମାନ୍, ଯିଏ ଭାରତରେ ରାଜକୀୟ ଗସ୍ତରେ ଅଛନ୍ତି । ସମସ୍ତ ଅତିଥି ସ୍ୱଦେଶକୁ ଫେରିଯିବା ପରେ ବି ପ୍ରିନ୍ସ କ୍ରାଉନଙ୍କୁ ସ୍ୱତନ୍ତ୍ର ଭାବେ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ କରାଯାଇ ସେଠାରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ତେବେ ଦୁଇ ଦେଶ ମଧ୍ୟରେ ଏଭଳି ଘନିଷ୍ଠତା ଦେଖି ପାକିସ୍ତାନ ଓ ଚୀନ ସରକାଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିବା କୁହାଯାଉଛି ।