ଶାଢୀରେ ନଜର ଆସିଲେ ଜାପାନ ଓ ମରିଶସ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ । ଜି-୨୦ ରାତ୍ରୀ ଭୋଜନରେ ଭାରତୀୟ ପରମ୍ପରାର ଝଲକ । ଭାରତରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଡିନରରେ ଏହାର ପ୍ରତ୍ୟକ୍ଷ ଝଲକ ଦେଖିବାକୁ ମିଳିଥିଲା । ଭାରତ ମଣ୍ଡପମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ଜାପାନ ଓ ମରିଶସ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଶାଢି ପରିଧାନରେ ଦେଖିବାକୁ ମିଳିଥିଲା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହାବ୍ୟତୀତ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷଙ୍କ ପତ୍ନୀଙ୍କୁ ମଧ୍ୟ ଶାଢିରେ ଦେଖିବାକୁ ମିଳିଥିଲା । ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଜାପାନ୍ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ପତ୍ନୀ ୟୁକୋ କିଶିଦାଙ୍କ ସହ ଭାରତ ଆସିଛନ୍ତି । ୟୁକୋ କିଶିଦା ଶିକ୍ଷା , ପରିବେଶ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ରାଷ୍ଟ୍ରପତିଙ୍କ ରାତ୍ରୀ ଭୋଜନ କାର୍ଯ୍ୟକ୍ରମରେ ତାଙ୍କର ଶାଢି ପରିଧାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହାସହ ମରିଶସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ମଧ୍ୟ ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ପତ୍ନୀ କବିତା ରାମଦାନୀଙ୍କ ସହ ଭାରତ ଆସିଛନ୍ତି । ଭାରତ ମଣ୍ଡପମରେ ରାଷ୍ଟ୍ରପତିଙ୍କ ଡିନରରେ କବିତା ରାମଦାନୀଙ୍କୁ ମଧ୍ୟ ଶାଢିରେ ଦେଖିବାକୁ ମିଳିଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ