The Topmost

“The eyes believe themselves, the ears believe other people.”

ଇଡି ଅଧିକାରୀଙ୍କୁ ବାନ୍ଧିଲା ସିବିଆଇ

ଦିଲ୍ଲୀ ମଦ ଦୁର୍ନୀତି ମାମଲାର ନାଟକୀୟ ମୋଡ । ମଦ ବ୍ୟବସାୟୀଙ୍କଠାରୁ ୫ କୋଟି ଲାଞ୍ଚ ନେବା ମାମଲାରେ ଇଡିର ଆସିଷ୍ଟାଣ୍ଟ ଡାଇରେକ୍ଟର ପୱନ ଖତ୍ରୀଙ୍କୁ ଗିରଫ କରିଛି ସିବିଆଇ । ଅଭିଯୁକ୍ତ ମଦ ବ୍ୟବସାୟୀ ଅମନଦୀପ ଢ଼ଲଙ୍କଠାରୁ ସେ ୫ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ତଦନ୍ତ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସହ ନିର୍ଦ୍ଦେଶକ ପଓ୍ବନ ଖେତ୍ରୀଙ୍କୁ ସିବିଆଇ ଗିରଫ କରିଛି । ଏୟାର ଇଣ୍ଡିଆର ସହାୟକ ମହାପ୍ରବନ୍ଧକ ଦୀପକ ସାଙ୍ଗୱାନ, କ୍ଲେରିଜେସ ହୋଟେଲ୍ସ ଆଣ୍ଡ ରିସୋର୍ଟ୍ସର ସିଇଓ ବିକ୍ରମାଦିତ୍ୟ, ଚାର୍ଟାଡ ଆକାଉଣ୍ଟ ପ୍ରବୀଣ କୁମାର ବତ୍ସ ଓ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ସିବିଆଇ ହେପାଜତକୁ ନେଇଛି । ଦିଲ୍ଲୀ ବିବାଦୀୟ ମଦ ନୀତି ମାମଲାରେ ଅମନଦୀପ ଓ ଅନ୍ୟଜଣେ ଅଭିଯୁକ୍ତଙ୍କୁ ସହଯୋଗ କରିବାକୁ ୫କୋଟି ଟଙ୍କା ଲାଞ୍ଚ ନେଇଥିଲେ ଇଡି ଆସିଷ୍ଟାଣ୍ଟ ଡାଇରେକ୍ଟର ପଓ୍ବନ ଖେତ୍ରୀ । ୨୦୨୨ ଡିସେମ୍ବରରୁ ୨୦୨୩ ଜାନୁୟାରୀ ମଧ୍ୟରେ ଏହି ଟଙ୍କା ନେଣଦେଣ ହୋଇଥିଲା । ୫କୋଟି ଲାଞ୍ଚ ଦେବା ପରେ ୨୦୨୩ ମସିହା ମାର୍ଚ୍ଚ ୧ ତାରିଖରେ ମଦ ବ୍ୟବସାୟୀ ଅମନଦୀପ ଢ଼ଲଙ୍କୁ ଇଡି ଗିରଫ କରାଯାଇଥିଲା । ଇଡିର ବରିଷ୍ଠ ଅଧିକାରୀ ମାମଲାର ତଦନ୍ତ କରୁଥିବା ବେଳେ ୫କୋଟି ଟଙ୍କାର ଲାଞ୍ଚ ସମ୍ପର୍କରେ ଜାଣିବାକୁ ପାଇଥିଲେ ।