ଅସ୍ଥିରତା ଓ ହିଂସା ଭିତରେ ଆଜି ବସିବ ମଣିପୁର ବିଧାନସଭା ଅଧିବେଶନ । ସେପଟେ ଅଧିବେଶନକୁ ବିରୋଧ କରିଛି ଆଦିବାସୀ ଏକତା କମିଟି ଓ ସ୍ବଦେଶୀ ଆଦିବାସୀ ନେତା ଫୋରମ ବା ଆଇଟିଏଲଏଫ । ଦୁଇ ସଂଗଠନ ପକ୍ଷରୁ କୁହାଯାଇଛି ଏହି ଅଧିବେଶନରେ କୁକି ଓ ଜୋ ସମ୍ପ୍ରଦାୟର ବିଧାୟକ ଯୋଗଦେବା ଲାଗି ପରିସ୍ଥିତି ଅନୁକୂଳ ହୋଇନାହିଁ । ଦୁଇ ସଂଗଠନ ପକ୍ଷରୁ କୁହାଯାଇଛି, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡିପଡିଛି । ସାଧାରଣ ଜନତାଙ୍କ ଜୀବନର ସୁରକ୍ଷା ଦିଗରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଗତ ମେ ମାସଠାରୁ ଜାରି ହିଂସାରେ ରାଜ୍ୟରେ ଶତାଧିକ ଲୋକଙ୍କ ପ୍ରାଣହାନି ଘଟିଥିବାବେଳେ ୨ ହଜାରରୁ ଅଧିକ ଘରକୁ ପୋଡିଦିଆଯାଇଛି । ଏପରିକି ମନ୍ତ୍ରୀ ଓ ବିଧାୟକଙ୍କ ସମ୍ପତ୍ତି ବି ସୁରକ୍ଷିତ ରହିପାରିନାହିଁ । ଏହି ହିଂସା ଲାଗି ରାଜ୍ୟ ସରକାର ଦାୟୀ ଏବଂ ନୈତିକତା ଦୃଷ୍ଟିରୁ ସରକାର ଇସ୍ତଫା ଦିଅନ୍ତୁ ।
More Stories
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା
ଶାସନକୁ ଆସୁ ଆସୁ ୩୭୦ ଉପରେ ଟାର୍ଗେଟ୍
ହରିୟାଣାରେ ଧର୍ମେନ୍ଦ୍ରଙ୍କୁ ବଡ ଦାୟିତ୍ବ