ଆସନ୍ତା ଅଗଷ୍ଟ ୩୦ ତାରିଖରେ ପାକିସ୍ତାନ ଓ ନେପାଳ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ‘ଏସିଆ କପ୍’ କ୍ରିକେଟ୍ର ଉଦ୍ଘାଟନୀ ମ୍ୟାଚ୍ । ତେବେ ଏହି ମ୍ୟାଚ୍ ଦେଖିବା ପାଇଁ ପିସିବି ପକ୍ଷରୁ ‘ଏସିସି’ ଅଧ୍ୟକ୍ଷ ଜୟ ଶାହଙ୍କୁ ନିମନ୍ତ୍ରଣ କରାଯାଇଛି । ଶାହଙ୍କ ବ୍ୟତୀତ ‘ଏସିଆନ୍ କ୍ରିକେଟ୍ କାଉନ୍ସିଲ୍’ ସହିତ ସମ୍ପୃକ୍ତ ଥିବା ଅନ୍ୟାନ୍ୟ ବୋର୍ଡର ମୁଖ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି ବୋଲି ‘ପିସିବି’ କହିଛି । ଶାହଙ୍କୁ ପଠାଯାଇଥିବା ନିମନ୍ତ୍ରଣ ସଂକ୍ରାନ୍ତରେ ଭଲରୂପେ ଅବଗତ ଥିବା ‘ପିବିସି’ର ଜଣେ ସଦସ୍ୟଙ୍କ ସୂତ୍ରରୁ ପ୍ରକାଶ ଯେ, ଶାହ ପ୍ରକୃତରେ ପାକିସ୍ତାନ ଆସିବେ ତାହାର ବାସ୍ତବ ପ୍ରତ୍ୟାଶା ନ ରଖି କେବଳ ଆସିବେ ବୋଲି ଆଶା କରି ନିମନ୍ତ୍ରଣ କରାଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି, ‘ଆଇସିସି’ ବୈଠକ ନିମନ୍ତେ ଡର୍ବାନ୍ରେ ଜୟ ଶାହ ଓ ‘ପିସିବି’ ଅଧ୍ୟକ୍ଷ ଜାକା ଅଶ୍ରଫ୍ ପରସ୍ପରକୁ ଭେଟିଥିଲେ । ସେତେବେଳେ ଅଶ୍ରଫ୍ ଶାହଙ୍କୁ ଏହି ମ୍ୟାଚ୍ ଦେଖିବାକୁ ମୌଖିକ ନିମନ୍ତ୍ରଣ ଦେଇଥିଲେ । ଏବେ ତାହାର ଔପଚାରିକ ନିମନ୍ତ୍ରଣ କରାଯାଇଛି । ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ରିପୋର୍ଟ କରିଛନ୍ତି ଯେ, ଶାହ ‘ପିସିବି’ ଆମନ୍ତ୍ରଣ ଗ୍ରହଣ କରିଛନ୍ତି, ଅନ୍ୟପଟେ କିନ୍ତୁ ଶାହା ଏ ରିପୋର୍ଟକୁ ଅଗ୍ରାହ୍ୟ କରିଦେଇଛନ୍ତି । ସୂଚନାଯୋଗ୍ୟ, ‘ଏସିଆ କପ୍ ୨୦୨୩’ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ପାକିସ୍ତାନ ଓ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ଆୟୋଜନ କରାଯିବାର ବ୍ୟବସ୍ଥା କରାଯାଇଛି ।
More Stories
ରଣଜୀ ଟ୍ରଫି ଖେଳିବେ କୋହଲି
ଖେଳରତ୍ନର ବିଜେତା ହେଲେ ଗୁକେଶ୍, ମନୁ..
ପୁଣି ବିଶ୍ବ ରେକର୍ଡ କଲେ ନିରଜ୍