The Topmost

“The eyes believe themselves, the ears believe other people.”

ରେଶମି ଡୋରିରେ ସମ୍ପର୍କର ଖିଅ ଯୋଡ଼ି ହେବା ଦିନ ପାଖଉଛି

ସେନେହ ସୂତାରେ ମମତାର ମାଳି ଗୁନ୍ଥି ହେଉଛି । ରେଶମି ଡୋରିରେ ସମ୍ପର୍କର ଖିଅ ଯୋଡ଼ି ହେବା ଦିନ ପାଖଉଛି । ଭାଇ ଭଉଣୀର ପବିତ୍ର ସମ୍ପର୍କର ଭାବଡୋରି ଓ ମୂକସାକ୍ଷୀ ‘ରାକ୍ଷୀ’ର ମାଳମାଳ ପସରା ମେଲିଲାଣି । ଅଗଷ୍ଟ 31 ତାରିଖରେ ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀକୁ ସ୍ନେହ ବନ୍ଧନରେ ବାନ୍ଧି ରଖିବାରେ ଏହି ପତଳା ରେଶମି ଡୋରିର ମହତ୍ୱ ଅନେକ । ଆଜିର ଡିଜିଟାଲ୍‌ ଯୁଗରେ ସାମାଜିକ ଗଣମାଧ୍ୟମରେ ପରସ୍ପରକୁ ଶୁଭେଚ୍ଛା ଜଣାଉଥିଲେ ମଧ୍ୟ ଏହି ଦିନ ଭାଇଟିଏ ଯେତେ ଦୂରରେ ଥାଉନା କାହିକିଁ ଭଉଣୀଟିଏ ତା’ ପାଖକୁ ଧାଇଁ ଆସେ ସେନେହର ଡୋରିଟିଏ ହାତରେ ବାନ୍ଧି ଦେବାକୁ । ଯଦି କୌଣସି ଭଉଣୀ ନ ଆସି ପାରୁଛନ୍ତି, ତେବେ ନିଶ୍ଚିତ ରାକ୍ଷୀଟିଏ ପଠାଇ ଦିଅନ୍ତି ଭାଇ ନାଁରେ ।

ଏହାକୁ ନଜରରେ ରଖି ରାକ୍ଷୀ ପୂର୍ଣ୍ଣିମାର ବେଶ୍‌ ପୂର୍ବରୁ ରାଜଧାନୀର ଗଳି କନ୍ଦିରେ ଖୋଲି ଗଲାଣି ରାକ୍ଷୀ ପସରା । ମଣିଷ ସବୁଠି ଫ୍ୟାସନ୍‌ର ଛାପ ଖୋଜୁଥିବାରୁ ଏବେ ଫ୍ୟାସନ୍‌ ରାକ୍ଷୀ ଚାହିଦାରେ ରହିଛି । ତେଣୁ ଷ୍ଟୋନ୍‌, କ୍ରିଷ୍ଟାଲ, ଚେନ୍‌, ଟେଡ୍ଡି, କାର୍ଟୁନ୍‌ ଓ ଫ୍ୟାନ୍‌ସି ରାକ୍ଷୀ ଉପଲବ୍ଧ ହେଉଛି । ଷ୍ଟୋନ୍‌ ଓ କ୍ରିଷ୍ଟାଲ ରାକ୍ଷୀର ଚାହିଦା ବେଶି ରହିଥିବା ବେଳେ ଏହାର ଦାମ୍‌ ୨୦ ଟଙ୍କାରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । କୁନି ପିଲାମାନଙ୍କ ପାଇଁ ଡୋରେମନ୍‌, ଛୋଟାଭିମ୍‌, ମୋଟୁ ପତ୍‌ଲୁ, ଆଙ୍ଗ୍ରିବାର୍ଡ, ସ୍ପାଇଡର ମ୍ୟାନ୍‌ ଭଳି କାର୍ଟୁନ୍‌ ରାକ୍ଷୀ ରହିଛି । ସେହିଭଳି ଲବଙ୍ଗ, ଚାଉଳ, ଅଳେଇଚ, ପୂର୍ଣ୍ଣକୁମ୍ଭ, ସ୍ୱସ୍ତିକ ଆଦିକୁ ସୁନ୍ଦର ଭାବେ ସଜାଇ ପ୍ରସ୍ତୁତ କରାଯାଇଛି ଏକ ସ୍ୱତନ୍ତ୍ର ରାକ୍ଷୀ । ଯାହାର ମୂଲ୍ୟ ରହିଛି ୨୦ରୁ ୪୦ଟଙ୍କା । ଏହାସହ ରାକ୍ଷୀ, ଲବଙ୍ଗ, ଅଳେଇଚ, ସିନ୍ଦୁର, ଚାଉଳ, ଚନ୍ଦନ, ମିଶ୍ରି ଆଦି ସଜା ହୋଇଥିବା ରାକ୍ଷୀ ଥାଳି ମଧ୍ୟ ରହିଛି ।

Residents purchasing Rakhi on the eve of Raksha Bandan in Sector 22 Market in Chandigarh on Wednesday, August 17 2016. Express Photo by Sahil Walia *** Local Caption *** Residents purchasing Rakhi on the eve of Raksha Bandan in Sector 22 Market in Chandigarh on Wednesday, August 17 2016. Express Photo by Sahil Walia


ରାଜସ୍ଥାନ, ମହାରାଷ୍ଟ୍ର, ଦିଲ୍ଲୀ, କୋଲକାତା, ସୁରତ ଓ ରାଜକୋଟରୁ ପ୍ରତିବର୍ଷ ରାକ୍ଷୀ ଓଡ଼ିଶାକୁ ଆସିଥାଏ । ଦୂରରେ ଥିବା ଭାଇମାନଙ୍କୁ ରାକ୍ଷୀ ପଠାଇବା ପାଇଁ ଭଉଣୀମାନେ ଏବେଠୁ କିଣାକିଣି ଆରମ୍ଭ କରି ଦେଲେଣି ।