ସରକାରୀ ବଙ୍ଗଳାରେ ରହିବାକୁ ମନା କରିଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଲୋକସଭା ସାଂସଦ ହିସାବରେ ତାଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳାରେ ରହିବାକୁ ରାହୁଲ ଗାନ୍ଧୀ ମନା କରିଦେଇଛନ୍ତି । ତେବେ ସାଂସଦ ପଦ ଫେରିପାଇବା ପରେ ତାଙ୍କୁ ଲୋକସଭା ହାଉସିଂ ସୋସାଇଟି ପକ୍ଷରୁ ୧୨ ତୁଗଲକ ଲେନ୍ ସ୍ଥିତ ବଙ୍ଗଳା ଯୋଗେଇ ଦିଆଯାଇଥିଲା । ହେଲେ ଉକ୍ତ ଘରେ ରହିବାକୁ ମନା କରିଦେବା ସହିତ, ଏନେଇ ସେ ହାଉସିଂ ସୋସାଇଟିକୁ ଚିଠି ଲେଖିଛନ୍ତି । ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ ନିଜର ଲୋକସଭା ସଦସ୍ୟତା ଫେରିପାଇବା ପରେ ଗତ ଅଗଷ୍ଟ ୮ ତାରିଖରେ ଲୋକସଭା ହାଉସିଂ ସୋସାଇଟି ପକ୍ଷରୁ ତାଙ୍କୁ ବଙ୍ଗଳା ଆଲର୍ଟ କରିଦିଆଯାଇଥିଲା । ଆଉ ସେତେବେଳେ ଏନେଇ ରାହୁଲଙ୍କୁ ପ୍ରଶ୍ନ କରାଯିବାରୁ, ସେ ସାରା ହିନ୍ଦୁସ୍ଥାନ ତାଙ୍କ ଘର ବୋଲି ଜବାବ ଦେଇଥିଲେ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍