The Topmost

“The eyes believe themselves, the ears believe other people.”

ଉର୍ଫିଙ୍କ ନୂତନ ପୋଷାକ ଦେଖି କଣ କହିଲେ ଲୋକେ !

‘ବିଗ୍‌ବସ୍’ ଫେମ୍‌ ଉର୍ଫି ଜାଭେଦ୍‌ । ନିଜର ପୋଷାକ ପରିଧାନକୁ ନେଇ ସର୍ବଦା ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି । କେବେକେବେ ଲୋ‌କେ ତାଙ୍କ ପୋଷାକକୁ ପସନ୍ଦ କରୁଥିବା ବେଳେ ଆଉ କେବେ ସେ ଟ୍ରୋଲର ଶିକାର ବି ହୋଇଥାଆନ୍ତି । ନିକଟରେ ସେ ଫ୍ରେଞ୍ଚ୍‌ ରୋଲ୍‌ରେ ପୋଷାକ ତିଆରି କରି ପରିଧାନ କରିଥିଲେ । ଏହି କ୍ରମରେ ତାଙ୍କର ଆଉ ଏକ ଫଟୋ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ ହୋଇଛି । ଯେଉଁଥିରେ ସେ ପାନିଆରେ ତିଆରି ପୋଷାକ ପିନ୍ଧିଛନ୍ତି । ଏହି ପୋଷାକରେ ବିଭିନ୍ନ ରଙ୍ଗରେ ପାନିଆ ଖଞ୍ଜା ଯାଇଥିବା ଦେଖିବାକୁ ମିଳୁଛି ।  ସେପଟେ ଉର୍ଫିଙ୍କ ଏଭଳି ଅଦ୍ଭୁତ ପୋଷାକକୁ ଦେଖି ଲୋକେ ପ୍ରତିକ୍ରିୟା ଦେଇ କହୁଛନ୍ତି, ‘ଉର୍ଫି ଏଭଳି ପୋଷାକ ତିଆରି କରିବାର ଚିନ୍ତା କେଉଁଠୁ ଆଣୁଛ ? ତୁମର ଏହି ଚିନ୍ତାଧାରା ପ୍ରଶଂସଯୋଗ୍ୟ । ତୁମ ଭଳି ପୋଷାକ ଆଉ କେହି ପିନ୍ଧିବାକୁ ସାହାସ କରିବେ ନାହିଁ । ଏଭଳି ପୋଷାକ ପାଇଁ ତୁମେ ହେଉଛ ଏକମାତ୍ର ମଣିଷ ।’