ରକ୍ତଦାନ ଏକ ମହତ ଦାନ ବା ମହାପୂଣ୍ୟ ଅଟେ । ଏବଂ ରକ୍ତର କୌଣସି ବିକଳ୍ପ ମଧ୍ୟ ନାହିଁ । ସାଧାରଣତଃ ଆମେ ଯେଉଁ ରକ୍ତ ଦାନ କରୁ, ତାହା ଅଭାବୀ ବ୍ୟକ୍ତିଙ୍କୁ ସାହାଯ୍ୟ କରେ । ଏହା ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ଭଲ ରଖିଥାଏ, ଏବଂ ଜଟିଳ ପରିସ୍ଥିତିକୁ ମୁକାବିଲା ଓ ଦୂର କରିବାରେ ସହାୟକ ହୋଇଥାଏ । ଅନ୍ୟ ଅର୍ଥରେ, ରକ୍ତ ଦାନ କେବଳ ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସାହାଯ୍ୟ କରେ ନାହିଁ ବରଂ ସମାଜ ପ୍ରତି ଏକ ଦାୟିତ୍ବପୂର୍ଣ୍ଣ ଅଙ୍ଗଭଙ୍ଗୀରେ ମଧ୍ୟ ସହାୟ ହୁଏ ।
ଏହି ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଗତ ଅଗଷ୍ଟ ୧୬ ତାରିଖ ଦିନ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ରକ୍ତଦାନ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିବା ପାଇଁ ସୋଆର ଏନ୍ସିସି କ୍ୟାଡେଟ୍ ମାନେ ମୋଟ୍ ୧୦୩ ୟୁନିଟ୍ ରକ୍ତ ପ୍ରଦାନ କରିଥିଲେ । ଏଇ ରକ୍ତଦାନ ଶିବିର କୁ ଏନ୍ସିସି କଟକ ର ଗ୍ରୁପ୍ କମାଣ୍ଡର କର୍ଣ୍ଣଲ୍ ସତ୍ୟବତ୍ର ସ୍ୱାଇଁ ଉଦ୍ଘାଟନ କରିଥିଲେ । ଏହାସହ କଟକ ଏନ୍ସିସି ର ଅଫିସର ଇନ୍ କମାଣ୍ଡର ଉମେଶ ମାରୱା ଓ ଆଇଟିଇଆର ର ଇସିଇ ବିଭାଗର ଆସିଷ୍ଟାଂଟ୍ ପ୍ରଫେସର (ଡକ୍ଟର) ସତୀଶ ସାମଲ ଉପସ୍ଥିତ ଥିଲେ ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା