The Topmost

“The eyes believe themselves, the ears believe other people.”

ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ । ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି କାଉଡ଼ିଆ । ଗୋଟିଏ ମାସ ବ୍ୟବଧାନ ପରେ ପୁଣି ଚଳଚଞ୍ଚଳ ହୋଇପଡ଼ିଛି ଶୈବପୀଠ । ମଳମାସ ସରିଥିବାରୁ ଶ୍ରାବଣର ଶେଷ ଦୁଇ ସୋମବାର ହେବ ଜଳଲାଗି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କାଉଡ଼ିଆମାନେ ଏକାଠି ହୋଇ ପୂଜା କରିବା ସହ ପାଣି ଉଠାଇ ଶୈବପୀଠରେ ପହଞ୍ଚିଛନ୍ତି । ପୂଜାର୍ଚ୍ଚନା ପରେ ପାଣିଭାର ନେଇ ଶୈବପୀଠରେ ପହଞ୍ଚିଛନ୍ତି କାଉଡ଼ିଆ । ମାସର ପ୍ରଥମ ଦୁଇ ସୋମବାର ହୋଇଥିଲା ଜଳଲାଗି । ତେବେ ଯୋଡ଼ା ଶ୍ରାବଣ ପଡିବାରୁ ମଝିରେ ମଳମାସ ପାଇଁ ଜଳଲାଗି ବନ୍ଦ ରହିଥିଲା । ମଳମାସ ଶେଷ ହେବା ପରେ ଅଗଷ୍ଟ ମାସର ଶେଷକୁ ଦୁଇଟି ସୋମବାର 21 ତାରିଖ ଅର୍ଥାତ ଆଜି ଓ 28ତାରିଖ ଦିନ ଜଳଲାଗିର ବ୍ୟବସ୍ଥା ରହିଥିବା ସଂସ୍କୃତି ଗବେଷକ ମାନେ କହିଥିଲେ । ଗତକାଲି ପବିତ୍ର ଗଡ଼ଗଡ଼ିଆରୁ ଜଳଭାର ଧରି ଉତ୍ସାହର ସହ ଲିଙ୍ଗରାଜ, ଧବଳେଶ୍ଵର, ସର୍ପେଶ୍ବର ଆଦି ଶୈବପୀଠରେ ପହଞ୍ଚିଛନ୍ତି କାଉଡ଼ିଆ ।