ଚନ୍ଦ୍ରର ପ୍ରି-ଲ୍ୟାଣ୍ଡିଂ ଅରବିଟରେ ପ୍ରବେଶ କରିବାରେ ବିଫଳ ହୋଇଛି ଲୁନା-୨୫ ଲ୍ୟାଣ୍ଡର । ଫେଲ ହୋଇପାରେ ଋଷର ମୁନ ମିଶନ । ଦୀର୍ଘ ୫୦ ବର୍ଷ ପରେ ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିବା ଋଷ ଲାଗି ଏହା ଏକ ଧକ୍କା ସାବ୍ୟସ୍ତ ହୋଇଛି । ଋଷୀୟ ସ୍ପେସ କର୍ପୋରେସନ ରୋସକସମସ ପକ୍ଷରୁ କୁହାଯାଇଛି- ପରିସ୍ଥିତି ପ୍ରତି ସଜାଗ ନଜର ରଖାଯାଇଛି । ତେବେ ମିଶନ ସମ୍ପର୍କରେ ସବିଶେଷ ସ୍ପଷ୍ଟୀକରଣ ଦିଆଯାଇନାହିଁ । ଗତ ସପ୍ତାହରେ ପ୍ରେରଣ କରାଯାଇଥିବା ଲୁନା-୨୫ ଆସନ୍ତା କାଲି ଚନ୍ଦ୍ରର ସାଉଥ ପୋଲରେ ଅବତରଣ କରିବାର କାର୍ଯ୍ୟକ୍ରମ ଥିଲା । ପ୍ରିଲ୍ୟାଣ୍ଡିଂ ଅରବିଟରେ ପ୍ରବେଶ କରିବା ପୂର୍ବରୁ ଏକ ବୈଷୟିକ ତ୍ରୁଟି ଦେଖାଯାଇଥିବାରୁ ମିଶନ ପ୍ରତି ଧକ୍କା ପହଞ୍ଚିଛି । ଏହି ସମସ୍ୟା ପରେ ବୈଜ୍ଞାନିକମାନେ ସ୍ଥିତି ସମୀକ୍ଷା କରୁଛନ୍ତି ।
More Stories
2026 ରେ କରନ୍ତୁ ଏହି ମ୍ୟାନିଫେଷ୍ଟେସନ୍, ବଦଳିଯିବ ଜୀବନ
ଋଷ୍ ଠାରୁ ତେଲ କିଣିବା ପଡିଲା ମହଙ୍ଗା
ମୋଦୀଙ୍କ ଜି-୭ ବୈଠକରେ ଉପସ୍ଥିତିକୁ ନେଇ ବିବାଦ