ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩ । ଚନ୍ଦ୍ରଠାରୁ ଆଉ ମାତ୍ର ୨୫ କିଲୋମିଟର ଦୂରରେ ବୁଲୁଛି ଚନ୍ଦ୍ରଯାନ । ଗତକାଲି ବିଳମ୍ବିତ ରାତିରେ ସଫଳତାର ସହ ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଡିବୁଷ୍ଟିଂ । ଚନ୍ଦ୍ରରେ ପହଞ୍ଚିବାକୁ ଆଉ ମାତ୍ର ମଝିରେ ରହିଲା ଦୁଇ ଦିନ । ଅର୍ଥାତ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିବା ପରେ ପ୍ରଜ୍ଞାନ ସେଥିମଧ୍ୟରୁ ବାହାରକୁ ଆସିବ । ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଡିବୁଷ୍ଟିଂ ଶେଷ ହୋଇଥିଲା । ଅବତରଣ ପରେ ଗବେଷଣା କରିବ ରୋଭର ପ୍ରଜ୍ଞାନ । ଯଦି ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଏକ୍ଷେତ୍ରରେ ଆମେରିକା, ପୂର୍ବତନ ସୋଭିଏତ ଋଷ ଓ ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର ।
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ