ମଣିପୁରରେ ପୁଣି ଭୟଙ୍କର ହେଲା ହିଂସା । ଓଖରୁଲ ଜିଲ୍ଲା ଥୋବଇ ଗାଁରୁ ଶୁକ୍ରବାର ସକାଳେ ୩ଜଣ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ନାଗା ଓ କୁକୀ ସଂପ୍ରଦାୟ ମଧ୍ୟରେ କୁକୀ ସଂଘର୍ଷର ଇତିହାସ ରହିଛି । ଶେଷଥର ପାଇଁ ୧୯୯୦ ଦଶକରେ ନାଗା ସଂପ୍ରଦାୟ ଓ କୁକୀ ସଂପ୍ରଦାୟ ମଧ୍ୟରେ ହିଂସା ଦେଖିବାକୁ ମିଳିଥିଲା । ଏଥିରେ ଶହ ଶହ ଲୋକ ମୃତ୍ୟୁବରଣ କରିଥିଲେ । ସେ ସମୟରେ ଜମିବାଡିକୁ ନେଇ ଉଭୟ ସଂପ୍ରଦାୟ ମଧ୍ୟରେ ହିଂସା ଉପୁଜିଥିଲା । ମଣିପୁରର ପାହାଡଗୁଡିକୁ କୁକୀ ସଂପ୍ରଦାୟ ନିଜର ମା’ ବୋଲି ଦାବି କରିଥାଏ । ଏହି ପାହାଡର ବଡ ଅଂଶ ଗ୍ରେଟର ନାଗାଲ୍ୟାଣ୍ଡ ସହ ଓଭରଲ୍ୟାପ ହୋଇଥିଲା । ଏହାକୁ ନାଗା ସଂପ୍ରଦାୟର ଲୋକମାନେ ନିଜର ମାତୃଭୂମି ବୋଲି ଦାବି କରିଥାନ୍ତି । ଏହାକୁ ନେଇ ୯୦ ଦଶକରେ ଉଭୟ ସଂପ୍ରଦାୟ ମଧ୍ୟରେ ହିଂସା ଦେଖିବାକୁ ମିଳିଥଲା । ଏବେ ମଣିପୁରରେ କୁକୀ ଓ ମୈତେଇ ସଂପ୍ରଦାୟ ମଧ୍ୟରେ ଲାଗିଥିବା ହିଂସା ଭିତରେ ନାଗା ସଂପ୍ରଦାୟର ପ୍ରବେଶ ଏକ ନୂଆ ପ୍ରସଙ୍ଗକୁ ଜନ୍ମ ଦେଇପାରେ । ଏହାକୁ ନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ କହିଛନ୍ତି କି ରାଜ୍ୟର ସାଧାରଣ ଜନତା ଏକା ସାଥିରେ ଆଗକୁ ବଢିବା ଦରକାର ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍