The Topmost

“The eyes believe themselves, the ears believe other people.”

ଭାରତ-ଆୟାରଲ୍ୟାଣ୍ଡ ପ୍ରଥମ ଟି-୨୦

ଆାଜି ଆୟାରଲ୍ୟାଣ୍ଡ ବିପକ୍ଷରେ ମଇଦାନକୁ ଓହ୍ଲାଇବ ବୁମରା ବାହିନୀ । ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବହୁ ଯୁବ ଖେଳାଳି ଡେବ୍ୟୁ କରିବାକୁ ଯାଉଛନ୍ତି । ଦୀର୍ଘ ୧୧ ମାସ ପରେ ମଇଦାନକୁ ଫେରିଛନ୍ତି ଭାରତୀୟ ଦଳର ଦ୍ରୁତ ବୋଲର ଜଶପ୍ରିଶ ବୁମରା ।  ଦିନିକିଆ ବିଶ୍ବକପ୍‌ ପୂର୍ବରୁ ବୁମରାଙ୍କ ପାଇଁ ଏହି ଶୃଙ୍ଖଳା ମଧ୍ୟ ଫିଟ୍‌ନେସ୍‌ ଓ ଲୟର ବଡ଼ ପରୀକ୍ଷା ‌ନେବ । ଆଇପିଏଲ୍‌ ପ୍ରଦର୍ଶନ ପରେ ଏହି ପରବର୍ତୀ ପିଢ଼ିର କ୍ରିକେଟ୍‌ରଙ୍କ ମଧ୍ୟରେ ରହିଛନ୍ତି ଋତୁରାଜ ଗାଏକ୍ବାଡ୍‌, ରିଙ୍କୁ ସିଂହ, ଜିତେଶ ଶର୍ମା । ବୁମରାଙ୍କ ରଣ କୌଶଳ ଓ ନେତୃତ୍ବ ମଧ୍ୟ କିଭଳି ରହୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।