The Topmost

“The eyes believe themselves, the ears believe other people.”

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲା ଅମୃତ ଉଦ୍ୟାନ

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ । ସୋମବାର ବ୍ୟତୀତ ସେପ୍ଟେମ୍ବର ୧୭ ତାରିଖ ଯାଏଁ ଉଦ୍ୟାନ ଲୋକଙ୍କ ପାଇଁ ଖୋଲାରହିବ । ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଅବସରରେ କେବଳ ଶିକ୍ଷକମାନଙ୍କ ପାଇଁ ଏହାକୁ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷରୁ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନକୁ ସର୍ବସାଧାରଣଙ୍କ ପାଇଁ ବର୍ଷକୁ ଦୁଇଥର ଖୋଲାଯାଉଛି । ଏଥିପାଇଁ ଅଗଷ୍ଟ ୭ରୁ ଅନଲାଇନ ବୁକିଂ ଆରମ୍ଭ ହୋଇଛି । ପର୍ଯ୍ୟଟକମାନେ ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ପରିଦର୍ଶନ କରିପାରିବେ । ମୋଗଲ ଗାର୍ଡେନରୁ ଅମୃତ ଉଦ୍ୟାନକୁ ପରିବର୍ତ୍ତିତ ହୋଇଥିବା ଏହି ଉଦ୍ୟାନରେ ୧୨ ପ୍ରକାରର ୧୦ ହଜାରୁ ଅଧିକ ଟ୍ୟୁଲିପ ଫୁଲ ରହିଛି । ୧୩୮ରୁ ଅଧିକ ପ୍ରକାରର ଗୋଲାପ, ୭୦ରୁ ଅଧିକ ଅଲଗା ଅଲଗା ପ୍ରଜାତିର ବିଭିନ୍ନ ଫୁଲ ରହିଛି ।