The Topmost

“The eyes believe themselves, the ears believe other people.”

ଆଜି ଚନ୍ଦ୍ରଯାନ-୩ର କକ୍ଷ ପରିବର୍ତ୍ତନ

ସଫଳତାର ପାହାଚ ଚଢୁଛି ଇସ୍ରୋ । ଆଉ ମାତ୍ର ସପ୍ତାହେ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଦିନକୁ ଦିନ ଚନ୍ଦ୍ରର ଖୁବ ନିକଟତର ହେବାରେ ଲାଗିଛି ଚନ୍ଦ୍ରଯାନ-୩ । ଆଜି ହେବ ପଞ୍ଚମ ଲୁନାର ମାନୋଭର ବା କକ୍ଷ ପରିବର୍ତ୍ତନ । କାଲି ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ ଅଲଗା ହେବେ । ୧୮ ଅଗଷ୍ଟରେ ଲ୍ୟାଣ୍ଡର ମୋଡ୍ୟୁଲ କକ୍ଷର ଉଚ୍ଚତା ହ୍ରାସ କରାଯିବ । ୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ସୂଚନା ମିଳିଛି । ଗତି ସମୟରେ ଚନ୍ଦ୍ରଯାନର ହରିଜଣ୍ଟାଲ ସ୍ପିଡ ହାରାହାରି ୧. ୬୮ କି.ମି ପ୍ରତି ସେକଣ୍ଡ ଅର୍ଥାତ ଘଣ୍ଟାପ୍ରତି ୬ ହଜାର ୪୮ କି.ମିକୁ ହ୍ରାସ କରାଯାଇଛି । ସଫ୍ଟ ଲ୍ୟାଣ୍ଡିଂ ସମୟରେ ଏହାର ଗତି ଶୂନକୁ ହ୍ରାସ କରିବା ଲାଗି ବ୍ୟବସ୍ଥା କରାଯାଉଛି ।