ଓଡିଶାରେ ପାଳିତ ହୋଇଛି ୭୭ତମ ସ୍ୱାଧୀନତା ଦିବସ । ରାଜଧାନୀର ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ଦେଶ ପାଇଁ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ନବୀନ । ଆଜି ଭାରତ ବିଶ୍ୱର ଏକ ପ୍ରମୁଖ ଶକ୍ତି ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛି । ବିଭିନ୍ନ କ୍ଷେତ୍ରରେ ଆମର ଆତ୍ମ ବିଶ୍ୱାସ ବୃଦ୍ଧି କରିଛି । ଚନ୍ଦ୍ରଯାନ-୩ ସ୍ପେସ ରିସର୍ଚ୍ଚ କ୍ଷେତ୍ରରେ ଭାରତ ଗୌରବ ବୃଦ୍ଧି କରିଛି । ଓଡିଶା ଆଜି ରୁପାନ୍ତର ଯୁଗରେ ପହଞ୍ଚିଛି । କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଆଗୁଆ ଦେଶ ସହ ପ୍ରତିଯୋଗିତା କରୁଛି । ଆଉ ଓଡ଼ିଶା ମଧ୍ୟ ଦେଶର ବିକାଶ ସହ ତାଳ ଦେଇ ଆଗେଇ ଚାଲିଛି । ଓଡିଶାର ଅର୍ଥନୀତି ଏବେ ମଜବୁତ ହୋଇଛି । ଓଡିଶାରୁ ଗରିବୀ କମିଛି । ଓଡିଶାକୁ ଏବେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସୁଛି ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ