The Topmost

“The eyes believe themselves, the ears believe other people.”

ବଢୁଛି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ

ବଢୁଛି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡୁଆ । ପୂର୍ବରୁ ମିଳିଥିବା ନୋଟିସ ନେଇ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ସେ ହାଜର ହୋଇପାରନ୍ତି । ତେବେ ସେ ସ୍ବାଧିନତା ଦିବସ ଓ ଉପନିର୍ବାଚନ ପାଇଁ ବ୍ୟସ୍ତ ଥିବାରୁ ଇଡିକୁ ଅଧିକ ସମୟ ମାଗିଥିବା ଜଣାପଡ଼ିଛି । ଇଡି ଅଭିଯୋଗ କରିଛି କି ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ତାଙ୍କର ପରିବାର ଲୋକଙ୍କର ହାତ ରହିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ୧୩ ଜଣଙ୍କୁ ଗିରଫ କରାଯାଇଛି । ସମାନ ମାମଲାରେ ଇଡି ହେମନ୍ତ ସୋରେନଙ୍କୁ ଗତ ନଭେମ୍ବରରେ ପାଖାପାଖି ୧୦ ଘଣ୍ଟା ଜେରା କରିଥିଲା । ପୁଣି ସମାନ ମାମଲାରେ ଇଡି ତାଙ୍କୁ ନୋଟିସ କରିବା ପରେ ଅଡୁଆରେ ପଡିଛନ୍ତି ହେମନ୍ତ ସୋରେନ । ଏହି ମାମଲାରେ ଇଡି ଦାବି କରିଛି ୧ହଜାର କୋଟିରୁ ଅଧିକ ଟଙ୍କାର ବେଆଇନ ଖଣି ଖନନ ହୋଇଥିବା ଅଭିଯୋଗ ହୋଇଛି ।