ଖରାରେ ଟ୍ରାଫିକ ସିଗନାଲରେ ଡ୍ୟୁଟି କରୁଥିବା ପୋଲିସ କର୍ମୀଙ୍କ ପାଇଁ ଖୁସି ଖବର । ବିଭାଗ ତରଫରୁ ଯୋଗାଇ ଦିଆଯିବ ଏସି ହେଲମେଟ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ହେଲମେଟକୁ ଶକ୍ତି ଯୋଗାଇବାକୁ ଏଥିରେ ବ୍ୟାଟେରୀ ସଂଯୋଗ କରାଯାଇଛି । ଏହା ପୋଲିସ କର୍ମଚାରୀଙ୍କୁ ଖରା ଓ ପ୍ରଦୂର୍ଷଣରୁ ରକ୍ଷା କରିବ । ପ୍ରଥମ କରି ଅହମ୍ମଦାବାଦରେ କିଛି ପୋଲିସ କର୍ମଚାରୀଙ୍କୁ ଏହି ହେଲମେଟ୍ ପ୍ରଦାନ କରାଯାଇଛି । ଟ୍ରାଫିକ୍ ପୋଲିସ କର୍ମଚାରୀମାନଙ୍କୁ ସାଧାରଣ ଭାବେ ବର୍ଷାରୁ ରକ୍ଷା ପାଇବା ପାଇଁ ରେନକୋର୍ଟ ଓ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଜ୍ୟାକେଟ ଉପଲବ୍ଧ କରାଯାଇଥାଏ । ମାତ୍ର ଗରମ ଓ ଖରାରୁ ରକ୍ଷା ପାଇବା ପାଇଁ ବିଭାଗ ତରଫରୁ ସେଭଳି କିଛି ବ୍ୟବସ୍ଥା କରାଯାଇନଥାଏ । ହେଲେ ଏଭଳି ଏସି ହେଲମେଟ ପ୍ରୟୋଗ ମାଧ୍ୟମରେ ପୋଲିସ କର୍ମୀମାନେ ଖରାରୁ ରକ୍ଷା ପାଇବା ସହ ସୁରକ୍ଷିତ ଭାବେ କାର୍ଯ୍ୟ କରିପାରିବେ । ଏବେ ଦେଖିବାକୁ ମିଳିଥିବା ଏହି ଏସି ହେଲମେଟ ସାଧାରଣ ହେଲମେଟ ଭଳି । ହେଲେ ତା ମଧ୍ୟରେ ଏକ ପଙ୍ଖା ଲଗାଯାଇଛି । ଏହା ଏସି ଭଳି ମୁଣ୍ଡକୁ ଥଣ୍ଡା ରଖିବ । ଏହାକୁ ଗୋଟିଏ ଥର ଚାର୍ଜ କଲେ କିଛି ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍