The Topmost

“The eyes believe themselves, the ears believe other people.”

‘ମଣିପୁର ପ୍ରସଙ୍ଗରେ ଆମ ହାତ ବାନ୍ଧି ଦିଆଯାଇଛି’

ମଣିପୁର ୩ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଜଳୁଛି । ବିରୋଧୀ ଲଗାତାର ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ସେହିପରି ଏବେ ଭାରତୀୟ ଜନତା ପାର୍ଟିର ସହଯୋଗୀ ଦଳ ମଧ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି । ଏନପିଏଫର ସାଂସଦ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ସାଂସଦଙ୍କ ନାଁ ହେଉଛି ଲୋରହୋ ପଫୋଜ । ପଫୋଜ କହିଛନ୍ତି ଯେ ଆମେ ସଂସଦରେ ମଣିପୁର ଉପରେ ନିଜ କଥା ରଖିବାକୁ ଚାହୁଁଛୁ । ହେଲେ ଏଥିପାଇଁ ଆମକୁ ଅନୁମତି ମିଳୁନାହିଁ । ଏନପିଏଫ ସାଂସଦ କହିଛନ୍ତି ଯେ ଆମେ ଅବଶ୍ୟ ବିଜେପିର ସହଯୋଗୀ ଅଟୁ ହେଲେ ଆମ ଲୋକଙ୍କ ସ୍ୱରକୁ ଆମକୁ ଉଠାଇବାକୁ ହେବ । ଜଣେ ଏନଡିଏ ସହଯୋଗୀ ଦଳ ରାଜ୍ୟସଭାରେ ଅମିତ ଶାହଙ୍କ ମିଜୋରାମ ବୟାନକୁ ବିରୋଧ କରିଥିଲେ । ହେଲେ ତାଙ୍କୁ ଅଧାରୁ ଅଟକାଯାଇଥିଲା ଏବଂ କହିବାକୁ ଦିଆଯାଇନଥିଲା । ତେବେ ଏନପିଏଫ ସାଂସଦ ପଫୋଜ ମଣିପୁର ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ମଧ୍ୟ ବିରକ୍ତି ପ୍ରକାଶ କରିଛନ୍ତି । ଲୋରହୋ ପଫୋଜ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ଯିବା ଆବଶ୍ୟକ ଏବଂ ଲୋକଙ୍କ ଜଖମ ଉପରେ ମଲମ ଲଗାଇବା ଆବଶ୍ୟକ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମଣିପୁର ଉପରେ ଜମାରୁ ଧ୍ୟାନ ଦେଉନାହାନ୍ତି ଏବଂ ଏହି କଥାକୁ ନେଇ ମୁଁ ଦୁଃଖିତ ।