The Topmost

“The eyes believe themselves, the ears believe other people.”

ଅକ୍ଷୟ କୁମାରଙ୍କୁ ଚାପୁଡା ମାରିଲେ ୧୦ ଲକ୍ଷ ପୁରସ୍କାର !

ଶୁକ୍ରବାର ରିଲିଜ୍ ହୋଇଯାଇଛି ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ଓଃ ମାଇ ଗଡ୍ -୨ । ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିବାବେଳେ, ଏହି ଫିଲ୍ମକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ଫିଲ୍ମର ଗୋଟିଏ ସିନକୁ ନେଇ ଆଗ୍ରାର ଏକ ହିନ୍ଦୁ ସଙ୍ଗଠନ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ବଡ ଘୋଷଣା କରିଛି । ଉକ୍ତ ସଙ୍ଗଠନ ଘୋଷଣା କରିଛି ଯେ, ଯଦି ଅକ୍ଷୟ କୁମାରଙ୍କୁ କେହି ଚାପୁଡା ମାରନ୍ତି, ତେବେ ତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ । ସେହିପରି ଅକ୍ଷୟ କୁମାରଙ୍କ ଉପରକୁ ଯିଏ ଛେପ ପକାଇବ ତାକୁ ମଧ୍ୟ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଏହି ହିନ୍ଦୁ ସଙ୍ଗଠନଟି ଘୋଷଣା କରିଛି । ରାଷ୍ଟ୍ରୀୟ ହିନ୍ଦୁ ପରିଷଦର କହିବା କଥା, ଅକ୍ଷୟ କୁମାର ହିନ୍ଦୁ ଲୋକଙ୍କ ଭାବନାକୁ କ୍ଷତି ପହଞ୍ଚାଇଛନ୍ତି । ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଗୋବିନ୍ଦ ପାରାଶରଙ୍କ କହିବା କଥା, ଫିଲ୍ମର କିଛି ଦୃଶ୍ୟରେ ଭଗବାନ ଶିବଙ୍କର ଅପମାନ କରାଯାଇଛି । ଫିଲ୍ମରେ ଅକ୍ଷୟ କୁମାର ଭୋଳାନାଥଙ୍କ ଦୂତ ବନିଛନ୍ତି, ଆଉ ଜୋତା ପିନ୍ଧିଛନ୍ତି । ଯାହାଦ୍ୱାରା କି ଭଗବାନଙ୍କ ଛବି ଖରାପ ହେଉଛି । ତେଣୁ ଏହା ବିରୋଧରେ ଅକ୍ଷୟ କୁମାରଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି । ସଙ୍ଗଠନ କହିଛି ଯେ, ଆଗାମୀ ଦିନରେ ଫିଲ୍ମ ହଲ୍ ବାହାରେ ମଧ୍ୟ ଧାରଣା ପ୍ରଦର୍ଶନ କରାଯିବ ।