The Topmost

“The eyes believe themselves, the ears believe other people.”

ଅଗ୍ରୀମ ବୁକିଂରେ ସମସ୍ତ ରେକର୍ଡ ଭାଙ୍ଗିଲା ‘ଗଦ୍ଦର-୨’

ଆଗାମୀ ଅଗଷ୍ଟ ୧୧ ତାରିଖରେ ରିଲିଜ ହେବାକୁ ଯାଉଛି ‘ଗଦ୍ଦର ୨’ । ଏହାକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି । ଏହା ଜଣା ପଡିଛି ୧ ଅଗଷ୍ଟରୁ ଆରମ୍ଭ ହେଇଥିବା ଏହାର ଆଡଭାନ୍ସ ବୁକିଂରୁ । ବୁକିଂର ପ୍ରଥମ ଦିନରେ ହିଁ ରେକର୍ଡ ସଂଖ୍ୟକ ଟିକେଟ ବିକ୍ରି ହୋଇ ଯାଇଥିଲା । ଆଡଭାନ୍ସ ବୁକିଂର ଫଳାଫଳରୁ ଜଣା ପଡୁଛି ଯେ ଏହି ଫିଲ୍ମ ନିଶ୍ଚୟ ଭଲ ବିଜିନେସ କରିବ । ଫିଲ୍ମର ଟ୍ରେଲର ଏବଂ ଗୀତଗୁଡ଼ିକ ଲୋକଙ୍କ ପାଖରେ ଆଦୃତ ହୋଇ ସାରିଲାଣି । ଫିଲ୍ମର ଅଗ୍ରୀମ ବୁକିଂ ସମ୍ବନ୍ଧରେ ଯେଉଁ ଆକଳନ ଆସିଛି ସେହି ତଥ୍ୟ ଅନୁସାରେ ଏହା କୁହାଯାଉଛି ଯେ ଅକ୍ଷୟ କୁମାରଙ୍କ ‘ଓ ମାଇଁ ଗଡ- ୨’ ଓ ‘ଗଦର ୨’ ମଧ୍ୟରେ ମଧ୍ୟରେ କଡ଼ା ମୁକାବିଲା ହେବ । ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ‘ଗଦର ୨’ ହେଉଛି ଏକ ଆକ୍ସନ୍ ଭିତିକ ଚଳଚ୍ଚିତ୍ର । ଯେଉଁଥିରେ ପୁଣି ଥରେ ସନ୍ନି ଦେଓଲଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିବ । ସନ୍ନି ଦେଓଲ୍ ଙ୍କ ପ୍ରଶଂସକ ଏହି ଚଳଚ୍ଚିତ୍ରର ରିଲିଜ୍ ପାଇଁ ଅତ୍ୟନ୍ତ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଭାରତର ଜଣାଶୁଣା ଚଳଚ୍ଚିତ୍ର ସମାଲୋଚକ ‘ତରନ ଆଦର୍ଶ’ ଗଦାର ୨ ର ରିଲିଜ ଦିନ ପାଇଁ କେତେ ଟିକେଟ ବିକ୍ରି ହୋଇଛି ସେ ସମ୍ବନ୍ଧରେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଟୁଇଟ୍ ଅନୁଯାୟୀ, ‘ଗଦର ୨’ ଏହାର ଉଦଘାଟନୀ ଦିନରେ ମଲ୍ଟିପ୍ଲେକ୍ସ ଗୁଡିକରେ ୩୦,୦୫୦ ଟିକେଟ୍ ବିକ୍ରି ସରିଛି । ସେ କହିଛନ୍ତି ଯେ ଆଇନକ୍ସରେ ୮୬୦୦ ଏବଂ ସିନେପୋଲିସରେ ୯୩୫୦ ଟିକେଟ୍ ବିକ୍ରି ହୋଇଛି ।